ଆତ୍ମାହୁତି ଦେବା ପୂର୍ବରୁ ବୃଦ୍ଧଙ୍କୁ କାବୁ କଲା ପୁଲିସ

ଆତ୍ମାହୁତି ଦେବା ପୂର୍ବରୁ ବୃଦ୍ଧଙ୍କୁ କାବୁ କଲା ପୁଲିସ

ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ବୃଦ୍ଧ ଆତ୍ମାହୁତି ଦେବାକୁ ଆସିଥିବା ବେଳେ କିଛି ଘଟିବା ପୂର୍ବରୁ ସୂଚନା ପାଇ ବୃଦ୍ଧ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା । ସୂଚନା ଅନୁସାରେ ହଣ୍ଡପା ଥାନା ନାକଚି ପଞ୍ଚାୟତ, ବଡ ଡଙ୍ଗୁଆଣି ଗାଁର ଶଙ୍କର୍ଷଣ ବେହେରାଙ୍କ ଅଭିଯୋଗ ହେଲା ଯେ ,  ତାଙ୍କର କିଛି ଜମିକୁ ପ୍ରସନ୍ନ ମିଶ୍ର ନାମକ ଜଣେ ବ୍ୟକ୍ତି ହଡପ କରି ନେଇଛନ୍ତି । ସେ ଜଣେ ତଫସିଲ ଭୁକ୍ତ ଉପ-ଜାତିର ଲୋକ ହୋଇଥିବା ବେଳେ ତାଙ୍କ ଜମିକୁ ହଡପ କରି ନେଇଥିବା ପ୍ରସନ୍ନ ମିଶ୍ର ସାଧାରଣ ବର୍ଗର ଅଟନ୍ତି । ଶଙ୍କର୍ଷଣଙ୍କ ଯେଉଁ ଜମିକୁ ପ୍ରସନ୍ନ ମିଶ୍ର ହଡପ କରିଛନ୍ତି ସେ ଜମି ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ ହୋଇଛି । ଯେଉଁ ଜମି ବାବଦକୁ ମିଳିଥିବା ଅର୍ଥ ଶଙ୍କର୍ଷଣକୁ ମିଳୁନାହିଁ । ଯାହା ପାଇଁ ସେ କୋର୍ଟରେ ମାମଲା କରିଥିବା ବେଳ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟଙ୍କ ନିର୍ଦେଶ ସତ୍ବେ ରାଜପଥ ଜମି ଅଧିଗ୍ରହଣ କାର୍ଯ୍ୟରେ ନିୟୋଜିତ ଭୁ-ଅର୍ଜନ ଅଧିକାରୀ ତାଙ୍କ ଦାବି ଶୁଣି ନାହାନ୍ତି । ଏନେଇ ବାରମ୍ବାର ଭୁ-ଅର୍ଜନ ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ବାଧ୍ୟ ହୋଇ ଶଙ୍କର୍ଷଣ ଆତ୍ମାହୁତି ପାଇଁ ଆସିଥିଲେ । ଶଙ୍କର୍ଷଣ ବିଭିନ୍ନ ରୋଗରେ ପୀଡିତ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଦରକାର ପଡୁଛି । ତେବେ ସେହି ଅର୍ଥ ତାଙ୍କ ଚିକିତ୍ସାରେ ବାଧକ ସାଜିଛି । ଏ ସମ୍ପର୍କରେ ମଧ୍ୟ ସେ ଭୁ-ଅର୍ଜନ ଅଧିକାରୀଙ୍କୁ ଜଣାଇ ଥିଲେ ବି ତାଙ୍କ କଥା ବିଚାର କରା ଯାଉ ନଥିବାରୁ ସେ ଆଜି ଜୀବନ ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply