ମୁଖ୍ୟ ଖବର ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) Angul OnlineAugust 21, 2023August 21, 2023 ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ସମ୍ପୃକ୍ତ ସ୍କୁଟରଟି ବ୍ୟାଟେରୀ ଚାଳିତ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅମୀୟ ରାୟ ନାମକ ଜଣେ ବ୍ୟକ୍ତି ତାଙ୍କ ବ୍ୟାଟେରୀ ଚାଳିତ ସ୍କୁଟରରେ ( OD 33 AF 1269) ପିଟିସି ପଟରୁ ତୁରଙ୍ଗ ଆଡକୁ ଯାଉଥିଲେ । ସେ କାଲଟାକ୍ସ ଛକ ନିକଟରେ ହୋଇଥିବା ବେଳେ ହଠାତ ସ୍କୁଟରରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଅମୀୟ ରାସ୍ତା କଡରେ ଗାଡି ଛାଡି ଦଉଡି ପଳାଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ ଏକ ବଡ଼ ବିପଦରୁ ଅମୀୟ ବର୍ତ୍ତି ଯାଇଛନ୍ତି । https://angulonline.com/wp-content/uploads/2023/08/WhatsApp-Video-2023-08-21-at-17.25.10.mp4 Advertisement
ଦୁର୍ଗାମଣ୍ଡପକୁ ସିଲ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ସହରର ଅମଲାପଡାସ୍ଥିତ ସର୍ବ ପୁରାତନ ଦୁର୍ଗା ମଣ୍ଡପକୁ ନିଜ ଅକ୍ତିଆରକୁ ନେଇଛି ପୌର ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ…
ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ…
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…