ଭଲ ଖବର ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ Angul OnlineAugust 24, 2023August 24, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଠାରେ ସୁଚନା ଯୋଗ୍ଯ ଯେ , ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ ଜୁଲାଇ ମାସରେ ଅନୁମୋଦନ ଦେଇଥିଲେ । ଏହା ସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବୀ ଅନୁମୋଦନ କରିଛନ୍ତି । ଏହି ପଦବୀ ଗୁଡିକ ହେଲା- ଗୋଟିଏ ଷ୍ଟେସନ ଅଫିସର, ଦୁଇଟି Leading Fireman, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବୀ । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। Advertisement
ଅନୁଗୁଳ ଜିଲ୍ଲାର ପୁଅ : ସ୍ଵିଡେନ କଳା ବିଭାଗର ପରାମର୍ଶଦାତା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ପି.କେ. ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା…
ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ । ଓଡିଶା ଅରବାନ…
ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ…