ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ

ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ

ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ  ଜିନ୍ଦଲ ଏକ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସଟି ଅନୁଗୁଳ ଜିଲ୍ଲାର ପଶୁ ସମ୍ପଦ କଲୟାଣ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏହି ଉପକ୍ରମ ମାଧ୍ୟମସର ପଶୁ ସମ୍ପଦ ଯତ୍ନ ଦୃଢୀଭୁତ ହେବା ସଙ୍ଗେ ସଙ୍ଗେ ବର୍ତ୍ତମାନର ସରକାରୀ ପଶୁ ସମ୍ପଦ ଯତ୍ନ ବ୍ଯବସ୍ଥାକୁ ଆହୁରି ସୁଦୃଢ କରି ପାରିବ । ଏହି ଭ୍ରାମ୍ଯମାଣ ପଶୁ ସମ୍ପଦ ଭ୍ଯାନଟି ପଶୁ ସମ୍ପଦ ବିଶେଷଜ୍ଞ ଏବଂ ଅନ୍ଯାନ୍ଯ ପଶୁ ସମ୍ପଦ ପାରା-ଚିକିତ୍ସକଙ୍କ ଟିମ ଦ୍ଵାରା ପରିଚାଳିତ ଏବଂ ଆବଶୟକୀୟ ପଶୁ ସମ୍ପଦଙ୍କୁ ସେମାନଙ୍କର ଗୁଣାତ୍ମକ ଜୀବନ ନିମନ୍ତେ ସହାୟକ ହେବ । ଏହି ଅବସରସର ଶ୍ରୀ ନବୀନ ଜିନ୍ଦଲ ପ୍ରକାଶ କରିଥିଲେ ଯେ ଜେଏସପି ଫାଉସଣ୍ଡସନ ପକ୍ଷରୁ ବହୁ ବିଧ ସାମାଜିକ ଦାୟିତ୍ଵବୋଧ (ସିଏସଆର) ପଦକ୍ଷପ ମାନ ଗ୍ରହଣ କରାଯାଉଅଛି ଏବଂ ସେଥିରେ ପଶୁ ସମ୍ପଦ ଯତ୍ନକୁ ମଧ୍ୟ ସାମିଲ କରାଯାଇଅଛି l ଜେଏସପି ଫାଉସଣ୍ଡସନ ଆରମ୍ଭ ହେବା ଦିନ ଠାରୁ ଗ୍ରାମୀଣ ଚାଷୀ ପରିବାରଙ୍କ ଅର୍ଥନୈତିକ ଉନ୍ନତି ନିମନ୍ତେ ଉତ୍ସର୍ଗୀକୃତ ଏବଂ ଏହି ନୂତନ ପଦକ୍ଷପ ମାଧ୍ୟମରେ କୃଷି ଆଧାରିତ ଜୀବିକାର୍ଜନ ନିମନ୍ତେ ଆପଣାଇଥିବା ଉପକ୍ରମ ଗୁଡିକ ଯଥା, ଗୋପାଳନ, ଛେଳି ଚାଷ , ମେଣ୍ଢା ପାଳନ ଏବଂ କୁକୁଡା ପାଳନ ଇତ୍ଯାଦିକୁ ଏହା ବହୁଳ ଭାବେ ସହାୟକ ହେବ l ଏହି “ଜିନ୍ଦଲ ପ୍ରାଣୀ ସେବା” ଆମ୍ବୁଲାନ୍ସ ମାଧ୍ୟମରେ ପଶୁ ସମ୍ପଦଙ୍କର ନିୟମିତ ସ୍ଵାସ୍ଥ୍ଯ ଅବସ୍ଥା ପରୀକ୍ଷା ସହ ଆବଶ୍ଯକୀୟ ଚିକିତ୍ସl ମଧ୍ୟ ପ୍ରଦାନ କରାଯିବ l ଏହି ସେବା ନିୟମିତ ଭାବେ ପାର୍ଶ୍ୱବର୍ତ୍ତି ଗ୍ରାମାଞ୍ଚଳରେ ପ୍ରଦାନ କରାଯିବା ସହ ଆକସ୍ମିକ ସେବା ମଧ୍ୟ ପ୍ରଦାନ କରାଯିବ l ଏହା ଦ୍ଵାରା ସଙ୍କଟଗ୍ରସ୍ତ ତଥା ବୁଲା ପଶୁ ମାନେ ବହୁଳ ଭାବେ ଲାଭାନ୍ୱିତ ହୋଇପାରିବା ସାେକୁସାଙ୍ଗକୁ ସେମାନଙ୍କର ସରକାରୀ ନିୟମ ମୁତାବକ ଜନ୍ମ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ ବୋଲି ଲକ୍ଷ ଧାର୍ଯ୍ଯ କରାଯାଇଅଛି l ଏହି ଅବସରସର ଜେଏସପି ଫାଉସଣ୍ଡସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ ଯେ , ଆମେ ଭାରତୀୟ ବୈଦିକ ପରମ୍ପରା ଅନ୍ତର୍ଗତ ବସୁଧେଇବ କୁଟୁମ୍ବକମ ଉପରେ ଆମେ ବିଶ୍ବାସ କରୁ l ତେଣୁ ଆମେ ସାମାଜିକ ଦାୟିତ୍ଵବୋଧ ଭାବରେ ସମଗ୍ର ଜ୍ଯବ ବିବିଧତାକୁ ସଂରକ୍ଷଣ କରିବା ସାଙ୍ଗକୁ ବୃକ୍ଷ ଏବଂ ପଶୁଙ୍କ ନିରାପତ୍ତା ନିମନ୍ତେ ମଧ୍ୟ କାର୍ଯ୍ଯ କରୁ ଅଛୁ l ଆମର ଏହି ପଶୁ ସେବାରେ ନିୟୋଜିତ ଥିବା ବିଶେଷଜ୍ଞ ଏବଂ ଅନ୍ଯାନ୍ଯ ପଶୁ ସମ୍ପଦ ପାରା-ଚିକିତ୍ସକଙ୍କ ଟିମ ଯେ କେବଳ ଏହି କାର୍ଯ୍ଯ କରିବା ନିମନ୍ତେ ଉଚ୍ଚ ଶିକ୍ଷିତ ତାହା ନୁହେଁ ସେମାନେ ପ୍ରକୃତରେ ପଶୁଙ୍କ ପ୍ରତି ଦୟାଳୁ ଏବଂ ଯତ୍ନବାନ l ଆମର ଭ୍ରାମୟମାଣ ପଶୁ ସମ୍ପଦ ଆମ୍ବୁଲାନ୍ସ ପଶୁ ସମ୍ପଦ ଚିକିତ୍ସlରେ ଆଉ ଏକ ପଦକ୍ଷପ, ଯଦ୍ଵାରା ପ୍ରାଣୀ ସମ୍ପଦଙ୍କ ଯତ୍ନ ବହୁତ ସହଜରେ ଆମ ଗୋଷ୍ଠୀ ଗତ ସଦସ୍ଯ ତଥା ପଶୁ ପ୍ରେମୀମାନେ ପାଇ ପାରିବେ l ଏହି କାର୍ଯ୍ଯକ୍ରମରେ ଅନୁଗୁଳ ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସl ଅଧିକାରୀ ଶ୍ରୀ ନିରୋଦ କୁମାର ଦାସ, ସହ-ନିର୍ଦେଶକ ପ୍ରାଣୀ କଲ୍ଯାଣ ଶ୍ରୀ ପ୍ରତାପ କୁମାର ପଟ୍ଟନାଏକ, ଜେଏସପିର ବରିଷ୍ଠ ଅଧିକାରୀ ଗଣ ଯଥା, ଅନୁଗୁଳ ପ୍ଳାଣ୍ଟ ମୁଖ୍ଯ ତଥା ନିବତାହୀ ନିର୍ଦେଶକ ଶ୍ରୀ ହୃଦୟେଶ୍ୱର ଝା, ର-ମାଟେରିଆଲ ମୁଖ୍ଯ ଶ୍ରୀ ଆଶିଷ ପାଣ୍ଡେ , ଗୃପ ମୁଖ୍ଯ ସିଏସଆର – ଶିକ୍ଷା, ଶ୍ରୀ ପ୍ରଶାନ୍ତ କୁମାର ହୋତା ଏବଂ ଅନ୍ଯାନ୍ଯ ପ୍ରମୁଖ ଉପସ୍ଥିତ ଥିଲେ l

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply