ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ ବୋଲି ଅଭିଯୋଗ କଲା ବିଜେପି

ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ ବୋଲି ଅଭିଯୋଗ କଲା ବିଜେପି

ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଅନୁଗୁଳ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବିଜେଡି ଶାସନ କ୍ଷମତା ରେ ଅଛି କିନ୍ତୁ ଅନୁଗୁଳ ଜିଲ୍ଲା ବାସୀ ଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି । ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି । ବିଜେଡି ସାଂସଦ ବିଧାୟକ ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି । ଅଫିସର ମାନେ ବିଜେଡି ର ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମୋଦି ପଠାଉ ଥିବା ଅର୍ଥରେ ଜିଲ୍ଲାର ବିକାଶ କାର୍ଯ୍ୟ ଠିକ ଭାବେ ହୋଇ ପାରୁନାହିଁ । ଅପାରଗତାକୁ ବିଜେଡି ସାଂସଦ ବିଧାୟକ ତାଗିଦ କରିବା ପରିବର୍ତ୍ତେ ବାବୁ ମାନଙ୍କର ମୁଖପାତ୍ର ସାଜିଛନ୍ତି ବୋଲି ଅଭିଯୋଗ ହୋଇଛି । ଏମ୍ ସି ଏଲ ର ଆର ପି ଡି ଏ ସି ର ମୁଖ୍ୟ ହେଉଛନ୍ତି ଆର ଡି ସି ଓ ଜିଲ୍ଲାପାଳ । ସାଂସଦ ବିଧାୟକ ସଦସ୍ୟ ଥାଇ କାହିଁକି ଏମ୍ ସି ଏଲ କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ କରିପାରୁ ନାହାନ୍ତି ? ଅନୁଗୁଳ ଜିଲ୍ଲାରେ ଟ୍ରାଫିକ ସମସ୍ୟା ଗୁରୁତର, ହାତୀ ଉପଦ୍ରବ ଯୋଗୁଁ ପ୍ରତ୍ଯେକ ଦିନ ଲୋକ ମୃତ୍ୟୁବରଣ କରୁଛନ୍ତି , ବିଜୁଳି କାଟ , ଧଳା ଜହର , ମହିଳା ଙ୍କ ସୁରକ୍ଷା, ଏବେ ଦୁଇଜଣ ହୋମଗାର୍ଡ ଉପରେ ଉପରିସ୍ଥ ଅଧିକାରୀଙ୍କର ନିର୍ଯ୍ୟାତନା ଯୋଗୁଁ ଜଣେ ପ୍ରାଣ ହରାଇବା ଏବଂ ଅନ୍ୟ ଜଣେ ଦୁଇଟି ଗୋଡ଼ ହରାଇ ଅକର୍ମଣ୍ୟ ହେବା ଏ ସବୁ ସମସ୍ୟା କୁ ନେଇ କେବେ ଆନ୍ଦୋଳନ କରିବେ ବିଜେଡି ସାଂସଦ ବିଧାୟକଙ୍କୁ ବିଜେପି ପ୍ରଶ୍ନ କରିଛି । ସମ୍ବଲପୁର -ଅନୁଗୁଳ-କଟକ ୫୫ ନ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ମୋଦି ସରକାର ୪୦୦୦ କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ଦେଇ ଚାରି ଲାଇନ ରାସ୍ତା ପକଳ୍ପ କରାଇଲେ , କିନ୍ତୁ ରାଜ୍ୟ ସରକାର ଙ୍କର ଅପାରଗତା ପାଇଁ ପ୍ରଥମେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହା ପଡି ରହିଥିଲା । ପୁନଶ୍ଚ ରାଜ୍ୟ ସରକାରଙ୍କର ପ୍ରଶାସନିକ ଅପାରଗତା କାରଣରୁ ଆଜି ଯାଏ କାର୍ଯ୍ୟ ଶେଷ ହୋଇ ପାରିନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କ ସହ ଏ ଦିଗରେ କଥା ହୋଇ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସରିବ ବୋଲି ଶ୍ରୀ ଗଡ଼କରି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପୂର୍ବରୁ ୫୫ ନ ଜାତୀୟ ରାଜପଥ ରାସ୍ତା ମରାମତି କରିବା ନାମରେ ବିଜେଡି ସରକାର ଜିଲ୍ଲା ଖଣିଜ ପାଣ୍ଠି ରୁ ୯ କୋଟି ଟଙ୍କା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଖର୍ଚ୍ଚ କରି ବିନା ଟେଣ୍ଡର ରେ ଦଳୀୟ ଠିକାଦାର ଙ୍କୁ କାର୍ଯ୍ୟ ଦେଇ ପାଉଁଶ ପକାଇ ଯାତାୟତ ଠପ କରି ଅର୍ଥ ଆତ୍ମସାତ କରିଥିଲେ । ପୁନଶ୍ଚ ଜିଲ୍ଲା ଖଣିଜ ପାଣ୍ଠିକୁ ହରିଲୁଟ କରିବାକୁ ଏ ଆନ୍ଦୋଳନ ବୋଲି ସେ କହିଛନ୍ତି । ନିରାଶା ଓ ହତାଶ ମଧ୍ୟରେ ବିଜେଡି ର ବିଧାୟକ ଓ ସାଂସଦ ବୋଲି ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି କହିଛନ୍ତି । ମୋଦି ସରକାର ୧୫୦୦ କୋଟି ଟଙ୍କା ଦେବା ପରେ ମଧ୍ୟ ମେଡିକାଲ କଲେଜ କାହିଁକି ଚାଲି ପାରୁନାହିଁ ସେଥିପାଇଁ ସାଂସଦ ବିଧାୟକ କେବେ ଆନ୍ଦୋଳନ କରିବେ ବୋଲି ଶ୍ରୀ ପାଣି କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply