ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ

ଅନୁଗୁଳ – ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ, ଅନୁଗୁଳର ମିଳିତ ସହଯୋଗ ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ କଳାକାର ଅନୁଗୁଳର ସହଯୋଗରେ  ସଭାଘର ଠାରେ ଆଗାମୀ ସେପ୍ଟେମ୍ବର ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୬.୩୦ ମିନିଟ ସମୟରେ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ’ ଅନୁଷ୍ଠିତ ହେବାକୁ ଯାଉଛି । ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ, ଜଙ୍ଗଲ ଓ ପରିବେଶ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଏବଂ ସମ୍ମାନୀୟ ଅତିଥି ଭାବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତ ରାଏ, ଅନୁଗୁଳ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଢେଙ୍କାନାଳର ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଦିଲ୍ଲୀଶ୍ବର ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ଅନୁଷ୍ଠିତ ହେବାକୁ ଥିବା “ରଙ୍ଗ ସଙ୍ଗମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ଓଡ଼ିଶାର ମାନ୍ୟବର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପ-ସଭାପତି ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ନାଟକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱର ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟର” ଦ୍ବାରା ଡଃ ବିଜୟ ମିଶ୍ରଙ୍କ ରଚିତ ଓ ଅଜିତ ଦାସଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ” ଶେଷ ପାହାଚ ପ୍ରଦର୍ଶିତ ହେବ । ଦିତୀୟ ସନ୍ଧ୍ୟାରେ ବରଗଡ଼ ପଦ୍ମପୁରର “ଲୁ” ଦ୍ବାରା କେଶରଞ୍ଜନ ପ୍ରଧାନଙ୍କ ଦ୍ବାରା ରଚିତ ଓ ରବିରଞ୍ଜନ ପ୍ରଧାନଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ “କିଞ୍ଚିତ ଭୋଗମ” ପ୍ରଦର୍ଶିତ ହେବ । ତୃତୀୟ ସନ୍ଧ୍ୟାରେ ଭୁବନେଶ୍ବରର ଥିଏଟର ଫର ଏଜୁକେଶନାଲ ଆୱାରନେସ ମୁଭମେଣ୍ଟ ହାରା ବିଭୁଦତ୍ତ ଦୀକ୍ଷିତଙ୍କ ଦ୍ବାରା ରଚିତ ଓ ଶତ୍ରୁଘ୍ନ ସାମଲଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ “ସାହାଡା ସୁନ୍ଦରୀ” ପ୍ରଦର୍ଶିତ ହେବ । ଚତୁର୍ଥ ସନ୍ଧ୍ୟାରେ ‘ପରିଚୟ ରାଉରକେଲା ଦ୍ବାରା ଚିନ୍ତାମଣି ଜେନାଙ୍କ ରଚିତ ଓ ପଂଚାନନ ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ “କୋକୁଆ” ପ୍ରଦର୍ଶିତ ହେବ । ଉଦଯାପନୀ ଓ ଅନ୍ତିମ ସନ୍ଧ୍ୟାରେ ସ୍ଥାନୀୟ ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ଅନୁଗୁଳ ଦ୍ଵାରା ଡଃ ଶିବ କୁମାର ରଥଙ୍କ ରଚିତ ଓ ଡଃ କୃଷ୍ଣ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶିତ ନାଟକ “ ଶୁଖିଲା ସମୁଦ୍ର ପରିବେଷଣ କରାଯିବ । ଏହି ନାଟକ ଉତ୍ସବଟି ସମ୍ପୂର୍ଣ ମୁକ୍ତ ପ୍ରବେଶ ରହିବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored