ମୁଖ୍ୟ ଖବର ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ Angul OnlineSeptember 1, 2023September 1, 2023 ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ ଅଫିସ ଆଗରେ ଥିବା ଟାଇମ ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ । ବୋମା ନିଷ୍କ୍ରିୟ ପରେ ଅଧିକ ଜାଞ୍ଚ ପାଇଁ ବୋମାଟିକୁ ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି । ସୂଚନା ଅନୁସାରେ ବିଧାୟକ ବ୍ରଜକିଶୋରଙ୍କ କ୍ୟାମ୍ପ ଅଫିସ ଆଗରେ ଆଜି ସକାଳୁ ଏକ ଟାଇମ ବୋମା ଠାବ ହୋଇଥିଲା । ବିଧାୟକ ଏନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳକୁ ପ୍ରଥମେ ସିଲ କରି ଦେଇଥିଲା । ସେହି ଅଞ୍ଚଳକୁ କେହି ଯେମିତି ଯିବେ ନାହିଁ କି କୌଣସି ଅଘଟଣ ନ ଘଟୁ ସେଥିପାଇଁ ସଜାଗ ହୋଇଥିଲା। ପରେ ଅନୁଗୁଳରୁ ଏକ ୫ ଜଣିଆ ବୋମା ନିଷ୍କ୍ରିୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ବୋମା ଆଘାତରୁ ବର୍ତ୍ତିବା ପାଇଁ ବୋମା ପ୍ରତିରୋଧକ ପୋଷାକ ପିନ୍ଧି ଅତି ସତର୍କତାର ସହ ବୋମାକୁ ନିଷ୍କ୍ରିୟ କରିଥିଲେ । ବୋମାର ମେକାନିଜିମ ଷ୍ଟ୍ରଙ୍ଗ ଥିଲା ବୋଲି ନିଷ୍କ୍ରିୟକାରୀ ଦଳ କହିଛନ୍ତି । ତେବେ ତା ଭିତରେ କଣ ବାରୁଦ ରହିଛି ତାହା ଜାଣିବା ପାଇଁ ତାକୁ ଲ୍ୟାବ ପଠା ଯାଇଛି । ଅଞ୍ଚଳ ବର୍ତ୍ତମାନ ସୁରକ୍ଷିତ ଥିବା ଏସ୍ ଡି ପି ଓ ମାନସ ବାରିକ କହିଛନ୍ତି। ହେଲେ ମଧ୍ୟ ଆଉ କାଳେ କେଉଁଠି ବୋମା ଥିବ ସେହି ଆଶଙ୍କାରେ ଅଞ୍ଚଳକୁ ଟିକିନିଖି ଜାଞ୍ଚ କରା ଯାଇଛି । Advertisement
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…
କଣ୍ଟେନର ଧକ୍କାରେ ଶିକ୍ଷକ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ …
ଅଟୋ ଚାଳକଙ୍କୁ ନିର୍ଧୂମ ମାଡ ମାରିଲେ ବସ ମାଲିକ – ଭିଡିଓ ଭାଇରାଲ ଆଠମଲ୍ଲିକ – ପାସେଞ୍ଜର ନେବାକୁ ନେଇ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ । ଜଣେ ବସ ମାଲିକ ଏବଂ ତାଙ୍କ ସହଯୋଗୀ ମିଶି ଅଟୋରେ ପାସେଞ୍ଜର ନେଇ…