ଅପରାଧ ଯୁବକଙ୍କୁ ହତ୍ୟା ! ରାସ୍ତା ଅବରୋଧ Angul OnlineSeptember 16, 2023September 16, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ଅଭିଯୋଗ କରି ପରିବାର ଲୋକେ ଅନୁଗୁଳ – ମହିଧରପୁର ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁରେ ନିର୍ମାଣଧିନ ଏକ ଘର ଆଗରେ ପଡିଥିବା ବାଲି ଗଦାରେ ସକାଳୁ କାଙ୍ଗୁଲା ଗାଁର ସଂଗ୍ରାମ ବେହେରାଙ୍କ ମୃତଦେହ ମିଳିଥିଲା । ଘର ଲୋକଙ୍କ କହିବା କଥା ଗତକାଲି ତାଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ସଂଗ୍ରାମ ମିସ୍ତ୍ରୀ ଓ ଲେବର ମାନଙ୍କ ଖାଇବା ପିଇବା କଥା ବୁଝିସାରି ମଣ୍ଡପରେ ଶୋଇବାକୁ କହି ଘରୁ ବାହାରି ଆସିଥିଲା । ତେବେ ଆଜି ତାଙ୍କ ମୃତଦେହ ଛେଳିଆପଡା ଛକ ନିକଟରେ ଥିବା ଏକ ବାଲିଗଦା ଉପରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହାକୁ ନେଇ ଅନୁଗୁଳ – ମହିଧରପୁର ରାସ୍ତା ଅବରୋଧ କରିଛନ୍ତି ଲୋକ । ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ । ସେପଟେ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି । Advertisement
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…
ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ…