ଆଞ୍ଚଳିକ ଆଦର୍ଶ ଗୃପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ Angul OnlineSeptember 29, 2023September 29, 2023 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠରେ ଥିବା ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବା ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ସେହି ସିଦ୍ଧାନ୍ତକୁ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ଆଦର୍ଶ ଗୃପ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେ ଏହି ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ରାଜ୍ୟ ବସୁଧା ଯୋଜନା ଉପଦେଷ୍ଟା ତଥା ବିଜେଡି ଯୁବ ସଭାପତି ଦିନେଶ ପ୍ରଧାନ,ନଗର ପାଳ ଅକ୍ଷୟ କୁମାର ସାମନ୍ତ ,ପୂର୍ବତନ ନଗରପାଳ ସୁକାନ୍ତି ଦାସ , ଭକ୍ତି ପ୍ରସାଦ ଦାସ ଏବଂ ପୂର୍ବତନ ତାମଡ଼ା ଅଧ୍ଯକ୍ଷ ଏବଂ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଆଦି ଅତିଥି ଭାବେ ଶିବିରରେ ଯୋଗ ଦେଇଥିଲେ । ଅନୁଗୁଳ ରତ୍ନଭଣ୍ଡାର କର୍ମଚାରୀ ଓ ଭିମସର୍ ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଏହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ I ଶିବିରରୁ ମୋଟ ୧୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଆଦର୍ଶ ଗୃପ୍ ଅଫ ଇନଷ୍ଟିଚ୍ୟୁସନର ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ଥାନୀୟ ଅଧିବାସୀ ସ୍ବେଛାସେବୀ ଓ ବହୁ ଛାତ୍ର ଛାତ୍ରୀ ରକ୍ତଦାନ କରିଥିଲେ । ରକ୍ତଦାନ ମହତ ଦାନ । ଏଥିପାଇଁ ଆଦର୍ଶ ଗୃପ ଗତ ଦୁଇ ବର୍ଷ ହେଲା ଏଭଳି ରକ୍ତଦାନ ଶିବିରର ଅୟୋଜନ କରୁଛି । ଆଉ ଆଗକୁ ମଧ୍ଯ ଏଭଳି ରକ୍ତଦାନ ଶିବିରର ଆୟୋଜନ କରିବ ବୋଲି ଆଦର୍ଶ ଗୃପ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ଼ା ମହେଶ ଚନ୍ଦ୍ର ଧଳ କହିଛନ୍ତି । Advertisement
ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ କଣିହାଁ – ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଜଳଭଣ୍ଡାରରେ ଜଳସ୍ତର…
ସ୍ଲିପ୍ ଫର୍ ପିସ୍ କାର୍ଯ୍ୟକ୍ରମ ପାଳିତ ଅନୁଗୁଳ – ୟୁଥ୍ ହଷ୍ଟେଲ ଆସୋସିଏସନ ଅଫ ଇଣ୍ଡିଆ ତାର ସାର ବିଶ୍ବରେ ରହିଥିବା ୪୦୦୦ ହଜାରରୁ ଅଧିକ ଶାଖା ତରଫରୁ “ସ୍ଲିପ୍ ଫର୍ ପିସ୍” କାର୍ଯ୍ୟକ୍ରମ…
କୂଅ ଭିତରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ଘର ଖିଣ୍ଡା ଗ୍ରାମରେ…