ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା

ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା

ତାଳଚେର – ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ଡାକରା । ବିଭିନ୍ନ ଦାବିନେଇ ଆସନ୍ତା ୧୦ ତାରିଖ ଠାରୁ ସମସ୍ତ କୋଇଲା ଖଣିରୁ ଟ୍ରକ ଯୋଗେ କୋଇଲା ପରିବହନ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ । ଆଜି ଏ ନେଇ ଏକ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି ଟ୍ରକ ମାଲିକ ସଙ୍ଘ । ଗତ ୨୦୧୯ ମସିହା ଠାରୁ ଟ୍ରକ ଭଡାରେ କୋଣସି ପରିବର୍ତ୍ତନ ହୋଇନଥିବା ବେଳେ ଟ୍ରକର ଯନ୍ତ୍ରପାତି , ଡିଜେଲ ,ଇନ୍ସୁରାନ୍ସ ଓ ଫିଟିନେସ ସହ ରାସ୍ତାରେ କଟୁଥିବା ଫାଇନ ଆଦି ସମସ୍ୟା ବଢିଛି । ଏଥିପାଇଁ ଟ୍ରକ ମାଲିକଙ୍କ ପକ୍ଷରୁ ଭଡା ବୃଦ୍ଧିନେଇ ଦାବି କରି ଆସୁଥିଲେ ମଧ୍ୟ ସରକାର କିମ୍ବା କୋଇଲା ପରିବହନକାରୀ ସଂସ୍ଥା ପକ୍ଷରୁ କୋଣସି ପ୍ରତିଶୃତି ନ ମିଳିବାରୁ ବାଧ୍ୟ ହୋଇ ତାଳଚେର ଟ୍ରକ ମାଲିକ ସଙ୍ଘ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ କରିବାକୁ ନିଷ୍ପତି ନେଇଛି । ଏନେଇ ତାଳଚେର ଟ୍ରକମାଳିକ ସଙ୍ଘ ଅଫିସଠାରେ ଏକ ଜାରୁରୀ ବୈଠକ ଡକାଯାଇ ଆସନ୍ତା ୧୦ ତାରିଖରୁ ତାଳଚେର ଓ କଣିହାଁ କୋଇଲାଖଣି ରୁ ଟ୍ରକଯୋଗେ କୋଇଲା ପରିବହନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ତାଳଚେର ଟ୍ରକ ମାଲିକ ସଙ୍ଘ ର ସଭାପତି ସୂଚନା ଦେଇଛନ୍ତି । ଏହି ବୈଠକରେ ତାଳଚେର, ଗ୍ରାମାଞ୍ଚଳ , କଣିହାଁ ଓ ଆଞ୍ଚଳିକ ଟ୍ରକ ମାଲିକ ସଙ୍ଘର କର୍ମକର୍ତା ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
1
+1
0

Leave a Reply