ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ମୃତ ଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ତାଳଚେର ଗୁରୁଜାଙ୍ଗୁଲି ଗାଁର ବିନୋଦ କୁମାର ଧର ବୋଲି ଜଣା ପଡିଛି ।ସୁଚନା ଅନୁସାରେ ବିନୋଦ କୁମାର ଧର ଜରପଡାରେ ଥିବା ରେଳ ଷ୍ଟେସନରେ ୨୦୧୯ ମସିହାରୁ ରେଳବିଭାର ପଏଣ୍ଟ ମ୍ୟାନ ଭାବରେ କାର୍ଯ୍ୟ କରୁଥିବା ବେଳେ ସୋମବାର ସକାଳ ୭ଟା ସମୟରେ ତାଙ୍କର ମୃତ ଦେହ ରେଳ ଷ୍ଟେସନ ନିକଟ ରେଳ ଧାରଣାରେ ପଡିଥିବା କିଛି ଲୋକ ଦେଖି ରେଲୱେ ପୁଲିସକୁ ଖବର ଦେବା ସହିତ ଜରପଡା ପୁଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଜରପଡା ଓ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ କରିଛନ୍ତି । ପ୍ରାଥମିକ ତଦନ୍ତରୁ ବିନୋଦ ଆତ୍ମହତ୍ଯା କରିଥିବା ସନ୍ଦେହ କରା ଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିବା ଜଣା ପଡିଛି ।

What’s your Reaction?
+1
0
+1
0
+1
1
+1
0
+1
1
+1
0
+1
0

Leave a Reply