ମୁଖ୍ୟ ଖବର ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ – ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ Angul OnlineOctober 18, 2023October 18, 2023 ଅନୁଗୁଳ -(ଅନୁଗୁଳ ଅନଲାଇନ୍) ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ରେଡ଼ କରିଛି । ସୁନ୍ଦରପଦା ଏବାରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ ରେ ଛାପା ମାରିବା ସହ ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘରେ ମଧ୍ଯ ଭିଜିଲାନ୍ସ ଛାପା ମାରିଛି । ଏହା ସହ ହାଇଟେକ ପ୍ଲାଜା ଆପାର୍ଟ ମେଣ୍ଟରେ ଥିବା ଫ୍ଲାଟନମ୍ବର B/4 , ପାଲଲହଡ଼ା ଉଦୟ ବିହାରରେ ଥିବା ଭଡାଘରେ , ନିମାପଡା ରେ ଥିବା ଆଉ ଏକ ତିନି ମହଲା ଘରେ ବି ଛାପା ମାରିଛି । ପ୍ରସନ୍ନଙ୍କ ବ୍ୟବାସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ଼ କରୁଛି ଭିଜିଲାନ୍ସ । ଏହି ରେଡ଼ରେ ୬ ଡ଼ିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ୨୨ ଜଣ ଷ୍ଟାଫ ସାମିଲ ଅଛନ୍ତି । ରେଡ ବେଳେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର , ବ୍ଯାଙ୍କ ପାସବୁକ ଜବତ କରା ଯାଇଥିବା ଜଣା ପଡିଛି । Advertisement
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ଭିଜିଲାନ୍ସ ଫାଶରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ…
୨୦୨୩ ରୁ ମେଡିକାଲ କଲେଜରେ ହେବ ନାମ ଲେଖା ଅନୁଗୁଳ – ଆଗାମୀ ଏକାଡେମିକ ବର୍ଷରୁ ତାଳଚେର ମେଡିକାଲ କଲେଜ ପାଇଁ ନାମଲେଖା ଆରମ୍ଭ କରାଯିବ । ଆଜି ଓଡ଼ିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ…