ଖେଳ ଓ ଖେଳାଳି ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ Angul OnlineNovember 4, 2023November 4, 2023 ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ – ୨୦୨୩ର ବିଜେତା ଭାବରେ ରୟାଲ୍ ଡାଇନାମୋସ୍ ଟ୍ରଫି ହାସଲ କରିଅଛି I ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ଭଲିବଲ୍ ଟୁର୍ନାମେଣ୍ଟଟି ଗତ ସଂଧ୍ୟାରେ ଉଦଯାପିତ ହୋଇଯାଇଅଛି I ରୟାଲ୍ ଡାଇନାମୋସ୍ ଦଳ ଅନୁଗୁଳ ପ୍ରକଳ୍ପର ବିଭିନ୍ନ ବିଭାଗ ଯଥା, ଏଚଆର, ସଚିବାଳୟ, ଏଫ୍ ଆଣ୍ଡ ଏ, ଅଡିଟ୍, କଣ୍ଟ୍ରାକ୍ଟ ସେଲ୍, କ୍ରୟ, ଲଜିଷ୍ଟିକ୍ସ ଏବଂ ସେଣ୍ଟ୍ରାଲ୍ ୟୁଟିଲିଟି ବିଭାଗର ଖେଳାଳିଙ୍କୁ ନେଇ ଗଠିତ। ଏହି ଚିତାକର୍ଷକ ଫାଇନାଲ ମ୍ଯାଚରେ ରୟାଲ୍ ଡାଇନାମୋସ୍ ଦଳ ୩-0 ସେଟ୍ ରେ ଟିମ୍ ପାନ୍ଥର୍ ବ୍ଲାଷ୍ଟ କୁ ପରାସ୍ତ କରି ଚମ୍ପିୟାନ ହୋଈଛନ୍ତି । ଫାଇନାଲ ମ୍ଯାଚରେ ଜେଏସପି ଅନୁଗୁଳ ପ୍ଳାଣ୍ଟର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ଏବଂ ସାଧାରଣ କ୍ରୀଡ଼ା ସଚିବ- ଜେଓସି ଶ୍ରୀ ଆଶିଷ କୁମାର ସିଂ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ଅତିଥି ଭାବେ ଯୋଗଦାନ କରି ବିଜେତା ତଥା ଉପ-ବିଜେତା ଦଳକୁ ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରିଥିଲେ I ଫ୍ଲଡ ଲାଇଟ ଆଲୋକରେ ଆରମ୍ଭ ହୋଇଥିବା ଏହି ବାର୍ଷିକ ଭଲିବଲ ଟୁର୍ନାମେଣ୍ଟରେ ସମୁଦାଯ ୬ଟି ଦଳ ସେମାନଙ୍କ ଶ୍ରେଷ୍ଟ ଖେଳାଳୀଙ୍କ ସହ ଅଂଶଗ୍ରହଣ କରି ଚମତ୍କାର କ୍ରୀଡା ନୈପୁଣ୍ୟ ତଥା ଦଳଗତ କ୍ଷମତା ପ୍ରଦର୍ଶନ କରିଥିଲେ l ଏହି ଟୁର୍ନାମେଣ୍ଟରେ ଟିମ୍ ରୟାଲ୍ ଡାଇନାମୋସର ସଞ୍ଜୟ କୁମାର କର ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଟାଇଟଲ୍ ଅର୍ଜନ କରିଥିବାବେଳେ ପାନ୍ଥର୍ ବ୍ଲାଷ୍ଟର ଆକାଶ କୁମାର ଶ୍ରେଷ୍ଠ ସ୍ମାଶର୍ ପୁରସ୍କାର ପାଇଛନ୍ତି । ଏହା ସହିତ, ରୟାଲ ଡାଇନାମୋସ ଦଳର ଶ୍ରୀ ଅନିଲ ଗିଲଙ୍କୁ ପ୍ଲେୟାର ଅଫ୍ ଫାଇନାଲ ମ୍ୟାଚ୍ ଭାବେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । Advertisement
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ଚମ୍ପିୟାନ ଅନୁଗୁଳ – ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଦ୍ଵାରା ଆୟୋଜିତ ୧୦ମ ହେମସୁରପଡା କପ ଫୁଟବଲ କପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇ ଯାଇଛି…
ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ…