ମୁଖ୍ୟ ଖବର ଖଣି ଫାଟକ ଆଗରେ ମହିଳା ପାଳିଲେ ମାଣବସା ଗୁରୁବାର Angul OnlineDecember 21, 2023December 21, 2023 ତାଳଚେର – କୋଇଲା ଖଣି ଫାଟକ ଆଗରେ ମାଣ ବସାଇବା ସହ ଲକ୍ଷ୍ମୀ ପୂଜା । ମାର୍ଗଶିର ଗୁରୁବାର ପାଳିଲେ କ୍ଷତିଗ୍ରସ୍ତ ପ୍ରଜା । ତାଳଚେର ହିଙ୍ଗୁଳା କୋଇଲା ଖଣି ଟାଇମ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଗୋପାଳପ୍ରସାଦ ଗ୍ରାମବାସୀ । ସୂଚନା ଅନୁସାରେ ଗୋପାଳପ୍ରସାଦ ଗାଁର ତୃତୀୟ ପର୍ଯ୍ୟାୟରେ ଜମି ଓ ଘରବାଡି ଗୁଡିକୁ ଏମସିଏଲ ଅଧିଗ୍ରହଣ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଗ୍ରାମରେ ବସବାସ କରୁଥିବା ମୂଳ ପଟାଦାରଙ୍କୁ ଅଣଦେଖା କରି ବିକ୍ରି ହୋଇଥିବା ଜମି ମାଲିକଙ୍କୁ ଅଗ୍ରାଧିକାର ଦେଇ ଏମସିଏଲ ସମସ୍ତ ଅର୍ଥ ଯୋଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ମୋଟ 755 ଘରବାଡିକୁ ଏମସିଏଲ ଚିହ୍ନଟ କରିଥିବା ବେଳେ ମୋଟ 312 ଜଣଙ୍କୁ ଚୟନ କରିଥିବା ବେଳେ ବାକି 443 ଜଣ ମୂଳ ପଟାଦାରଙ୍କୁ ଛାଡି ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସମସ୍ତ ଦାବି ଗୁଡିକ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଥିପାଇଁ ଖଣି ଆଗରେ ଧାରଣା ଦେଇଥିଲେ । ଆଉ ଆଜି ଶେଷ ମାର୍ଗଶିର ଗୁରୁବାର ହୋଇଥିବା ବେଳେ ସେହିଠାରେ ହିଁ ବସି ଝୋଟି ମୁରୁଜ ପକାଇ ମା ଲକ୍ଷ୍ମୀଙ୍କ ପୂଜା କରିଥିଲେ । Advertisement
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…
ଟ୍ରାଫିକ ଇନସ୍ପେକ୍ଟରଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ ଅନୁଗୁଳ – ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ…
ଆମ୍ବ ଲୋଭ କରି ଗଛରେ ଲାଖି ରହିଲା ହାତୀ – ୫ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୋଳ – ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ । ଦୀର୍ଘ ୫…