ମୁଖ୍ୟ ଖବର ଟ୍ରାଫିକ ଇନସ୍ପେକ୍ଟରଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ Angul OnlineJanuary 12, 2024January 12, 2024 ଅନୁଗୁଳ – ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତା ତ୍ରିନାଥ ବଜାର ନିକଟରୁ ୧୧ଲକ୍ଷ ୧୫ ହଜାର ୪୭୦ ଟଙ୍କା ସହ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜିତେନ୍ଦ୍ର । ତେବେ ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜିତେନ୍ଦ୍ର । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ତାଳଚେର ଭଡା ଘରୁ ୩ଲକ୍ଷ ୮ହଜାର ୭୫୦ ଟଙ୍କା ଜବତ ହୋଇଥିବା ବେଳେ ୩୩୬ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗ ଘରୁ ୧୦ଲକ୍ଷ ଜବତ କରିଛି ଭିଜିଲାନ୍ସ । ମୋଟ ୨୪ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ପାରାଦୀପ ସ୍ଥିତ ତାଙ୍କ ଭାଇଙ୍କ ଘରେ ଚଢାଉ ଚାଲିଛି । Advertisement
ଅବସର ପ୍ରାପ୍ତ ଅଧକ୍ଷଙ୍କ କବିତାକୁ ଉତ୍ତେଜନା – ଥାନାର ଦ୍ଵାରସ୍ଥ ହେଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦାର ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲଙ୍କ ସୋସିଆଲ ମିଡିଆରେ ଲେଖା ଯାଇଥିବା କବିତାକୁ ନେଇ ଛେଣ୍ଡିପଦା ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।…
ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ…
ପୁଲିସ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ…