ମା ସାଜିଲା ହତ୍ଯାକାରୀ – ଜମଜ ଶିଶୁଙ୍କୁ କଲା ହତ୍ଯା

ମା ସାଜିଲା ହତ୍ଯାକାରୀ – ଜମଜ ଶିଶୁଙ୍କୁ କଲା ହତ୍ଯା

ଅନୁଗୁଳ – ନିଜ ଛୁଆଙ୍କୁ ନିଜ ହାତରେ ଟେକି ନେଇ କୂଅରେ ପକାଇ ମାରିଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁଙ୍କୁ କଲା ହତ୍ଯା । ଅନୁଗୁଳ ଜିଲ୍ଲା ବନ୍ତଳା ଯାଆଁଳା ଶିଶୁ ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ । ନିଜେ ମାଆ ହିଁ ୩ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ପୁଲିସ ଆଗରେ ହତ୍ଯାକାରୀ ମା ସ୍ୱୀକାର କରିଛି । ତେବେ କାହିଁକି ନିଜ ଦୁଇ ପିଲାଙ୍କୁ ହତ୍ୟା କଲା ସେ ନେଇ କିଛି ସଠିକ ଭାବରେ କହି ନଥିବା ବେଳେ ପୁଲିସ ମଧ୍ଯ ସ୍ପଷ୍ଟ ହୋଇ ପାରି ନାହିଁ । ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ସାହିର ସୁନୀଲ ସାହୁ । ଯେ କି ଏକ କୁକୁଡ଼ା ମାଂସ ଦୋକାନ ଦେଇ ଚଳନ୍ତି । ସୁନୀଲ ୧୨ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ବଡ଼ ଭାଇ ଅସୁସ୍ଥତା କାରଣରୁ ବିବାହ କରି ନଥିବା ବେଳେ ମଝିଆ ଭାଇ ୨୨ ବର୍ଷ ତଳେ ବିବାହ କରିଥିଲେ ମଧ୍ୟ ତାଙ୍କର ପିଲାପିଲି ନଥିଲେ । ସୁନୀଲ ଓ ତାପସ୍ୱିନୀ ଙ୍କ ବିବାହ ପରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଥିଲା । ତିନି ଭାଇ ପରେ ପରିବାର ଅନ୍ତେ କେହି ନଥିବାରୁ ଚିନ୍ତିତ ଥିଲେ ସମସ୍ତେ । ଏଣୁ ଚିକିତ୍ସା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଆଉ ଦୀର୍ଘ ୧୨ ବର୍ଷ ପରେ ତାପସ୍ୱିନୀଙ୍କ ଔରଷରୁ ଜନ୍ମ ନେଇଥିଲେ ଦୁଇ ଯାଆଁଳା ସନ୍ତାନ । ଗୋଟିଏ ପୁତ୍ର ହୋଇଥିବା ବେଳେ ନାଁ ଦେଇଥିଲେ ସାଇ ଓ ଅନ୍ୟଟି ଝିଅ ହୋଇଥିବାରୁ ନାଁ ଥିଲା ଶ୍ରଦ୍ଧା । ଦୀର୍ଘ ବର୍ଷ ପରେ ପରିବାରକୁ ଏକାବେଳେ ଦୁଇ ଦୁଇଟି ଶିଶୁ ଆସିଥିବାରୁ ଖୁସିରେ ଫାଟି ପଡିଥିଲା ପରିବାର । ଏହା ଭିତରେ ଶିଶୁ ଦ୍ୱୟଙ୍କୁ ୩ ମାସ ହୋଇ ଥିଲା । ହେଲେ ହଠାତ ବୁଧବାର ସନ୍ଧ୍ଯାରେ ଘଟିଥିଲା ଅଘଟଣ । ସନ୍ଧ୍ୟାରେ ଉଭୟ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା ନିଜ ଘର ବାଡି ପଟ କୂଅରୁ । ପରିବାର ସହ ମିଶି ଦେଢ଼ ଘଣ୍ଟା ଖୋଜିଲା ପରେ କୂଅ ଭିତରୁ ମିଳିଥିଲା ମୃତଦେହ । ଅନେକ ଦିନ ପରେ ଯେଉଁ ଘରେ ଖୁସିରେ ଫାଟି ପଡିଥିଲା ସେହି ଘରେ କାନ୍ଦରେ ଫାଟି ଥିଲା । ଖବର ପାଇ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ଛୁଆ ଦୁହିଁକୁ କିଏ ଓ କାହିଁକି ମାରିଲା ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । ପରିବାର ଲୋକ ଘରେ କେହି ନଥିବାରୁ ମା ତାପସ୍ୱିନୀ ଉପରେ ସମସ୍ତଙ୍କ ସନ୍ଦେହ ହୋଇଥିଲା । ସନ୍ଦେହରେ ପଚରାଉଚରା କଲା ବେଳେ ମାନି ଯାଇଥିଲା । ଏହାପରେ ପୁଲିସ ଖବର ପାଇ ତାପସ୍ବିନୀକୁ ନେଇ ଥାନାରେ ପଚରାଉଚରା କରିଥିଲା । ପଚରାଉଚରା ବେଳେ ପୁଲିସ ଆଗରେ ମଧ୍ୟ ନିଜେ ମାରିଥିବା କହିବା ସହ ମାନସିକ ଚିନ୍ତାଗ୍ରସ୍ତ ଥିଲେ ବୋଲି କହିଥିଲେ । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ମାନସିକ ଭାରକ୍ରାନ୍ତା ହୋଇ ସେ ଏଭଳି କାଣ୍ଡ ଭିଆଇ ଥିବା ପୁଲିସ ଆଗରେ କହିଛି । ତେବେ ଏହି ଘଟଣା ଜଣା ପଡିବା ପରେ ସଧାରଣରେ ନା ନା କଳ୍ପନାଜଳ୍ପନା ଜାରି ରହିଛି । କୋଳକୁ ପିଲାଟିଏ ଆସିବା ପାଇଁ ହେଉ କି ଆସିବା ପରେ ମା’ଟିଏ କେତେ ଦିଅଁ ପୁଜା ସାଙ୍ଗକୁ କେତେ ମାନସିକ କରିଥାଏ , ତେବେ ତପସ୍ୱିନୀ କାହିଁକି ଏଭଳି କାଣ୍ଡ ଭିଆଇଲେ ତାହା ହିଁ ପ୍ରଶ୍ନ ।

What’s your Reaction?
+1
1
+1
0
+1
3
+1
1
+1
0
+1
0
+1
0

Leave a Reply