ମୁଖ୍ୟ ଖବର ଜାତୀୟ ରାଜପଥ ର ସୁରକ୍ଷା ପାଇଁ ଯଜ୍ଞ Angul OnlineJanuary 22, 2024January 22, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ପାଇଁ ହୋମଯଜ୍ଞର ଆୟୋଜନ କଲେ ଅନୁଗୁଳ ସଚେତନ ନାଗରିକ । ରାଜପଥର ଦୁରାବସ୍ଥା ଯୋଗୁଁ ନିରୀହ ଜନସାଧାରଣଙ୍କ ଜୀବନ ଯାଉଛି । ସାଧାରଣ ଲୋକଟିଏ ଘରୁ ଗନ୍ତବ୍ୟ ସ୍ଥଳକୁ ଯାଇ ଆଉ ଫେରିବ ନା ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହେଉଛି । ହେଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଶେଷ ହେଉ ନାହିଁ କି ରାଜପଥର ଦୁରାବସ୍ଥା ଦୂର ହେଉ ନାହିଁ । ଏଥିପାଇଁ ଗତ ୧୭ ତାରିଖରୁ ଅନୁଗୁଳ ସଚେତନ ନାଗରିକ ଗଣଧାରଣାରେ ବସିଛନ୍ତି । ରାଜପଥ ମରାମତି ନ ହେଉଥିବାରୁ ଦୈନଦିନ ଦୁର୍ଘଟଣା ଘଟୁଛି । ଲୋକ ମୃତାହତ ହେଉଛନ୍ତି । ହେଲେ ମଧ୍ୟ ଚେତୁ ନାହିଁ ରାଜପଥ ବିଭାଗ କି ଚେତୁ ନାହାନ୍ତି କେନ୍ଦ୍ର ସରକାର । ଫଳରେ ସବୁଠାରୁ ଅଧିକ କଷ୍ଟ ଅନୁଗୁଳ ଓ ଢେଙ୍କାନାଳ ବାସୀ ପାଉଛନ୍ତି । ଜାତୀୟ ରାଜପଥ ମରାମତି ଓ ଅନୁଗୁଳ ସହର ବାହାରେ ନିର୍ମାଣ ଚାଲିଥିବା ବାଇପାସକୁ ତୁରନ୍ତ ସାରିବା ଦାବିରେ ଗଣ ଧାରଣା ଦିଆ ଯାଇଛି । ଷ୍ଟାଡିଅମ ଫାଟକ ସମ୍ନାରେ ଚାଲିଥିବା ଏହି ଗଣଧାରଣା ସୋମବାର ଷଷ୍ଠ ଦିନ ରେ ପହଁଚିଛି । ଆଜି ସାରା ଭାରତବର୍ଷ ରାମମୟ ହୋଇଥିବା ବେଳେ ଧାରଣାର ଏହି ଷଷ୍ଠ ଦିନରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟ ରେ ଜାତୀୟ ରାଜପଥ ସୁରକ୍ଷା ନିମନ୍ତେ ଅନୁଗୁଳ ସଚେତନ ନାଗରିକ ପକ୍ଷରୁ ଗଣଧାରଣା ସ୍ଥଳରେ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା । ରାଜପଥ ନିମନ୍ତେ ଉତ୍ତରଦାୟୀ ଥିବା କେନ୍ଦ୍ରମନ୍ତ୍ରୀ , ଲୋକପ୍ରତିନିଧି , ନେତା ଓ ଅଧିକାରୀ ମାନଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା । ଏହା ସହ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କ ଶୁଭ ମନାସୀ ଏହି ଯଜ୍ଞ କରା ଯାଇଥିଲା । ଅନୁଗୁଳ ଜାତୀୟ ରାଜପଥ ଲୋକଙ୍କ ପାଇଁ ମରଣା ଯନ୍ତା ପାଲଟିଥିବା ବେଳେ ଏହାର ସମାଧାନ ଦିଗରେ ସରକାର କିମ୍ବା ଅଧିକାରୀ ମାନେ କୌଣସି ଠୋସ ପଦକ୍ଷେପ ନେଉନଥିବା କାରଣ ରୁ ଅନୁଗୁଳ ସଚେତନ ନାଗରିକ ପକ୍ଷରୁ ଦୀର୍ଘ ଛଅ ଦିନ ଧରି ଗଣଧାରଣା ଜାରିରହିଥିବା ବେଳେ କୌଣସି ବି ଲୋକପ୍ରତିନିଧି ଓ ଅଧିକାରୀ ଧାରଣା ସ୍ଥଳ ରେ ନ ପହଞ୍ଚିବା କିମ୍ବା କୌଣସି ଆଲୋଚନା ନକରିବା ଅତନ୍ତ୍ୟ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଧାରଣାରତ ଜନ ସାଧାରଣ ମାନେ କ୍ଷୋଭପ୍ରକାଶ କରିଛନ୍ତି । ଆସନ୍ତା ଗୁରୁବାର ଜାନୁଆରୀ ୨୫ ତାରିଖ ଏକ ସାଧାରଣ ସଭା ଗଣଧାରଣା ସ୍ଥଳ ରେ ଆୟୋଜନ ହେବା ନେଇ ଅନୁଗୁଳ ସଚେତନ ନାଗରିକ ମାନେ ସୂଚନା ଦେଇଛି । ଏଥିରେ ବହୁ ସଂଖ୍ୟା ରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି । Advertisement
ଦାୟିତ୍ଵରେ ଅବହେଳା ପଡିଲା ମହଙ୍ଗା – ନିଲମ୍ବିତ ହେଲେ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁଗୁଳ – ଦାୟିତ୍ୱରେ ଅବହେଳା କରିଥିବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ କୁମାର ପୃଷ୍ଟି ଓ ପାଲଲହଡା ବ୍ଲକରେ ଅବସ୍ଥାପିତ ପଞ୍ଚାୟତ…
ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଦୁଇ ଜଣ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ଆଜି ପରଲୋକ ହୋଇଛି । ଏଥିପାଇଁ ଅଞ୍ଚଳରେ ଆଜି ଶୋକର ଛାୟା ଖେଳି…
ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ।…