ସମସ୍ୟା ୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ Angul OnlineJanuary 30, 2024January 30, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି ରାଜରାସ୍ତା ଖାଲଖମାରେ ଭରି ରହିଛି । ଯାହାର ମରାମତି କରୁ ନାହିଁ ଜାତୀୟ ରାଜପଥ ବିଭାଗ । ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ଓ ଅନୁଗୁଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜପଥର ଅବସ୍ଥା ଖରାପ ଯୋଗୁଁ ଦୈନଦିନ ଦୁର୍ଘଟଣା ଘଟି ସାଧାରଣ ଲୋକ ମୃତାହତ ହେଉଛନ୍ତି । ସେହିପରି ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାପରେ ମଧ୍ୟ ତାହା ପରବର୍ତ୍ତୀ ମୂହୁର୍ତ୍ତରେ ପ୍ରତ୍ୟାହୃତ କରାଯିବା ଅନୁଗୁଳ ବାସୀଙ୍କୁ ଧୋକା ଦିଆଯାଇଛି ।ଏହାର ପ୍ରତିବାଦରେ ଅନୁଗୁଳ ସଚେତନ ନାଗରିକ ମାନେ ଗତ ୧୭ ତାରିଖରୁ ଗଣଧାରଣାରେ ବସିଛନ୍ତି । ୧୪ ଦିନ ଧାରଣା ପହଁଞ୍ଚିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର,ଜାତୀୟ ରାଜପଥ ବିଭାଗ କି ପ୍ରଶାସନ କର୍ଣ୍ଣପାତ କରୁ ନାହିଁ । ଏଥିପାଇଁ ଆଜି ସଚେତନ ନାଗରିକଙ୍କ ତରଫରୁ ଏକ ପଦଯାତ୍ରା କରାଯାଇଥିଲା । ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେବା ସହ ଅନୁଗୁଳ ସହର ପରିକ୍ରମା କରି ଆନ୍ଦୋଳନକାରୀ ମାନେ ଲୋକଙ୍କୁ ସଚେତନ କରାଇବାକୁ ପ୍ରଚେଷ୍ଟା କରି ପୁଣି ଧାରଣାସ୍ଥଳକୁ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କ କହିବା କଥା ଯେତେଦିନ ପର୍ଯ୍ୟନ୍ତ ଏହି ରାଜପଥ ସମସ୍ୟାର ସମାଧାନ ଓ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯାଇନାହିଁ ସେ ପର୍ଯ୍ୟନ୍ତ ଭିନ୍ନଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିବ । ଦରକାର ପଡ଼ିଲେ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲିି ଧାରଣାକାରୀ ଚେତାବନୀ ଦେଇଛନ୍ତି । Advertisement
ଏମସିଏଲର ସବ୍ କମିଟି ବୈଠକ – ୧୨ଟି ସମସ୍ୟାର ଆଲୋଚନା ଅନୁଗୁଳ -: ଅନୁଗୁଳ ଜିଲ୍ଲା ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ…
ନିର୍ବାହୀ ଅଧିକାରୀ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କାର୍ଯ୍ୟ ଓ ପୌରପରିଷଦର ନିର୍ବାଚିତ ପ୍ରତିନିଧି ମାନଙ୍କୁ ହେୟଜ୍ଞାନ କରୁଥିବା ଅଭିଯୋଗ କରି ଆଜି…
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଟାଙ୍ଗରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ରହିଥିବା ପ୍ରତିବାଦରେ ବିଦ୍ୟାଳୟର…