ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ Angul OnlineFebruary 12, 2024February 12, 2024 ଅନୁଗୁଳ – ଜାତୀୟ ରାଜପଥ ୧୪୯ ରେ ଟ୍ରକ୍ ଦୁର୍ଘଟଣାରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ବଅଁରପାଳ ଡାକ୍ତରଖାନାରେ ଅସ୍ଥାୟୀ ନର୍ସ ଭାବେ କାମ କରୁଥିବା ସୁନୀତା ସାହୁ ନାମକ ଜଣେ ମହିଳା ଏକ ସ୍କୁଟିରେ ବଅଁରପାଳରୁ ତାଳଚେର ଅଭିମୁଖେ ଯାଉଥିବା ସମୟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁନୀତାଙ୍କ ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥର ଦୁରାବସ୍ଥା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ଏକ ଘଣ୍ଟା ଧରି ସେହି ରାସ୍ତାରେ ଯାତାୟତରେ ବାଧା ଉପୁଜିଥିଲା । ଖବର ପାଇ ବଅଁରପାଳ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ତହସିଲଦାର ଓ ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝଶୁଝା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା । Advertisement
ସାଙ୍ଗର ଟ୍ରକ ଚାପାରେ ସାଙ୍ଗର ମୃତ୍ୟୁ – ହତ୍ୟା ଅଭିଯୋଗ ଆଣିଲେ ପରିବାର ପାଲଲହଡା – ମଙ୍ଗଳବାର ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ କରଡ଼ାପାଳ ପଂଚାୟତ ଧାରିପଥର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ବନ୍ଧୁ…
ନବଜାତକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳରେ ପୂଣି ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଅନୁଗୁଳ ସହର ଡେଲି ମାର୍କେଟ ଭିତରୁ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖିବାକୁ…
ଜେଲ ୱାର୍ଡରଙ୍କ ନିଘୋଡ଼ ନିଦ – ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ଅନୁଗୋଳ – ଜେଲରେ ଶୋଇବା ପଡିଲା ମହଙ୍ଗା ପଡିଛି ଡ୍ଯୁଟି ସମୟରେ ଶୋଇ ରହିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୋଳ…