ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ

ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ

ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଇସ୍ତଫା ଦେବାବେଳେ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାଏକଙ୍କ ଦୁଃଖ ମଧ୍ୟ ବାରି ହୋଇପଡ଼ିଥିଲା । ଇସ୍ତଫା ପରେ ଗୋବିନ୍ଦ ନାଏକ କହିଛନ୍ତି ଯେ ଆଜି ତାଙ୍କ ହୃଦୟ ବେଶ୍ ଭରି ଯାଇଛି । ମୁଁ ଦଳରେ ଥାଇ ମଧ୍ୟ ମୋତେ ଅଣଦେଖା କରା ଯାଉଥିବାରୁ ମୁଁ ବିଜେପିରୁ ବିଦାୟ ନେଉଛି ବୋଲି କହିଥିଲେ । ଏଥିସହିତ ଗୋବିନ୍ଦ ନାଏକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇବା ସହ ଦଳରେ ଥିବା ବେଳେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇ ଥିବାରୁ ଦଳର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋ ଉପରେ ଦଳ ଆସ୍ଥା ପ୍ରକଟ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ, ଦଳର ସଭାପତି ଏବଂ ଅମିତ ଶାହାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି କାର୍ଯ୍ୟାଳୟ ଓ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି l ବିଜେପିରୁ ବିଦାୟ ନେବାବେଳେ ଗୋବିନ୍ଦ ନାଏକ କୌଣସି ରାଜନୈତିକ ଦଳରେ ଏବେ ଯୋଗଦେବେ ନାହିଁ ବୋଲି ପ୍ରକାଶ କରିଥିଲେ ।

What’s your Reaction?
+1
0
+1
0
+1
1
+1
0
+1
1
+1
0
+1
0

Leave a Reply