ମୁଖ୍ୟ ଖବର ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ Angul OnlineFebruary 29, 2024February 29, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଦୁଇ ଜଣ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ଆଜି ପରଲୋକ ହୋଇଛି । ଏଥିପାଇଁ ଅଞ୍ଚଳରେ ଆଜି ଶୋକର ଛାୟା ଖେଳି ଯାଇଛି । ପୋଡାପଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ , ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଠାଣି ଗଡନାୟକଙ୍କର ଗୁରୁବାର ନିଜ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କୋଶଳା ଉଚ୍ଚବିଦ୍ୟାଳୟରେ ପ୍ରଥମେ ପ୍ରଧାନ ଶିକ୍ଷକ ଭାବେ ରହି କୋଶଳା ଅଞ୍ଚଳରେ ଶିକ୍ଷାର ଆଲୋକ ଦେଖାଇଥିଲେ । ପରେ ସେହି ବିଦ୍ୟାଳୟରୁ ଅବସର ନେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୁଲୁ ଓ ଲୁଲୁଙ୍କ ସହ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ.ବିଶିଷ୍ଟ ବ୍ୟକ୍ତି ଓ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ,ସମାଜସେବୀ, ଛାତ୍ର ବତ୍ସଳ ଓ ଆମାୟିକ ବ୍ୟକ୍ତି ଭାବରେ ପରିଚିତଥିଲେ । ସେ ଢ଼େଙ୍କାନାଳ ଜିଲାର ଓଷ୍ଟାର ସଭାପତି,ଛେଣ୍ଡିପଦା ସାହିତ୍ୟସଂସଦର ଉପସଭାପତି,ପ୍ରୋଢ଼୍ୟଶିକ୍ଷା ସହ ବିଭିନ୍ନ ସାମାଜିକ କ୍ଷେତ୍ରରେ ବହୁ ପଦବୀରେ ରହି କାର୍ଯ୍ୟ ସୁଚାରୁରୁପେ ତୁଲାଇଥିଲେ । ସେହିପରି ଛେଣ୍ଡିପଦା ବ୍ଲକ୍ ର ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା କଂଗ୍ରେସର ବରିଷ୍ଠ ରାଜନୈତିଜ୍ଞ,ସମାଜସେବୀ ରାଇଝରଣ ଗ୍ରାମର ରଘୁନାଥ ସାହୁଙ୍କର ଗୁରୁବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ଯୁବକ ସମୟରୁ ରାଜନୀତିରେ ପଦାର୍ପଣ କରି କଂଗ୍ରେସ ଦଳର ଜଣେ ଅଗୁଆ ନେତା ଭାବେ ଛେଣ୍ଡିପଦା ଅଞ୍ଚଳ ତଥା ଜିଲ୍ଲାରେ ବିଶେଷ ସୁନାମ ଅର୍ଜନ କରିଥିଲେ । ତାଙ୍କ ସମୟରେ ଛେଣ୍ଡିପଦା ଅଞ୍ଚଳର ବହୁ ଉନ୍ନତି ମୁଳକ କାର୍ଯ୍ୟ କରାଯାଇଛି । ତାଙ୍କ ବିୟୋଗ ଖବର ପାଇ ବ୍ଲକ୍ ତଥା ଜିଲା ସ୍ତରରୁ ବିଭିନ୍ନ ଦଳର ସମର୍ଥକ,ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସମବେଦନା ଜଣାଇଥିଲେ । ଉଭୟଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଶୋକ ପ୍ରକାଶ କରିଛନ୍ତି । Advertisement
ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…
ନାବାଳିକା ଖୁସି ହତ୍ଯା ଘଟଣା – ଅଭିଯୁକ୍ତ ସୌମ୍ଯ କଲା କ୍ରାଇମ ସିନ୍ ରିକ୍ରିଏସନ ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ…