ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ଭାଇ ମୃତ Angul OnlineMarch 8, 2024March 8, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲ ଦୈ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡା ଥାନା ତୁକୁଡ଼ା ଠାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ଏକ ଟ୍ରକ୍ ପଛରେ ମୋଟରସାଇକେଲ ପିଟି ହୋଇ ଯିବାରୁ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୁଚନା ଅନୁସାରେ ତୁକୁଡା ମାହରସାହିର ନିରଞ୍ଜନ ମାହାରଙ୍କ ଦୁଇ ପୁଅ ସଞ୍ଜୟ ମାହାର ଓ ସରୋଜ ମାହାର ଟଙ୍କା ଉଠାଇବାକୁ ଜରପଡା ଏଟିଏମ୍ କୁ ମୋଟରସାଇକେଲରେ ଆସୁଥିବା ବେଳେ ଦୃତ ଗତି ଯୋଗୁଁ ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣା ଫଳରେ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଦୁଇଟିକୁ ବ୍ଯବଛେଦ କରି ତଦନ୍ତ କରୁଛି । ଦୁଇ ଭାଇଙ୍କ ମୃତ୍ୟୁ ରେ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ ଅନୁଗୋଳ – ସାଙ୍ଗର ବାପାଙ୍କ ମୃତ୍ୟୁର ଦୁଃଖ ସମୟରେ ସାଙ୍ଗକୁ ସହାନୁଭୂତି ଜଣାଇବାକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଗଲା । ଖନ୍ଦାନାଳୀ…
ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ନିଖୋଜ ଛାତ୍ରୀଙ୍କ ଆଜି ମୃତଦେହ ଉଧାର…
ପୁଣି ନବଜାତ ଶିଶୁ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟର ବିଲରୁ ୧୦ଦିନ ତଳେ ଏକ ନବଜାତ…