ମୁଖ୍ୟ ଖବର ସରକାରୀ ଏସି ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର Angul OnlineMarch 11, 2024March 11, 2024 ଅନୁଗୁଳ – ସରକାରୀ ଗାଡ଼ିରେ ବୁଲୁଛି ବାବୁଙ୍କ ବିଲାତି କୁକୁର । ତା ପୁଣି ଏସି ଲଗେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ତେବେ ଗାଡି ଓ ବାବୁ ବାହାର ଜିଲ୍ଲାର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ OD 09 Q 2833 ନମ୍ବର ଧାରୀ ଏକ ମହିନ୍ଦ୍ରା ଗାଡି ବୁଲୁଥିଲା । ଯେଉଁଥିରେ ଏହା ବନ ବିଭାଗର ଗାଡି ବୋଲି ଫଳକ ମଧ୍ୟ ଲାଗିଥିଲା । ତେବେ ଗାଡି ଭିତରେ କୌଣସି ସରକାରୀ ବାବୁ ନଥିଲେ । ଏସି ଗାଡି ଭିତରେ ବୁଲୁଥିଲା ବିଲାତି କୁକୁର । ଚାଳକଙ୍କୁ ପଚାରିବାରୁ ଏହା କେନ୍ଦୁଝର ବନ ବିଭାଗର ଗାଡି ଏବଂ ବାବୁଙ୍କ ଘର ଅନୁଗୁଳକୁ ଆସିଛନ୍ତି ବୋଲି କହିଥଲେ । ବାବୁ ଜଣଙ୍କ କିଏ ବୋଲି ଚାଳକ ସ୍ପଷ୍ଟ କରି ନଥିଲେ ମଧ୍ୟ ବାବୁ କୁଆଡେ ତାଙ୍କ ବନ୍ଧୁକ ଲାଇସେନ୍ସର ରିନ୍ୟୁଆଲ ପାଇଁ ଆସିଥିବା ଜଣା ପଡ଼ିଛି । ତେବେ ବାବୁ ଜଣଙ୍କ ଘର ଅନୁଗୁଳ ସହରରେ ହୋଇଥିବା ବେଳେ ବାବୁଙ୍କ କୁକୁର ଗାଡ଼ିରେ ବୁଲୁଥିଲା । ତା ପୁଣି ଏସି ଲଗାଇ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖୁଥିବା ଲୋକ ସବୁ ଏଭଳି ଘଟଣା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ନିନ୍ଦା କରିଥିଲେ । ସାଧାରଣ ଲୋକଙ୍କ କର ଖଜଣା ଟଙ୍କାରେ ଲାଗୁଥିବା ଗାଡିକୁ ଅପବ୍ୟବହାର କରୁଥିବା ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । Advertisement
ମୁରବିଶୂନ୍ୟ ହୋଇ ଅକାମି ହେଲା କେନ୍ଦ୍ରୀୟ ପୂଜା କମିଟି – ମେଲଣକୁ ନେଇ ସନ୍ଦେହ ଅନୁଗୁଳ – କେନ୍ଦ୍ରୀୟ ପୂଜା କମିଟି ବୈଠକ ବସିଲା ହେଲେ କମିଟିର କର୍ମକର୍ତ୍ତା ଚୟନ ନେଇ ବୈଠକରେ ନିଷ୍ପତି ହୋଇ ପାରିଲା ନାହିଁ । ଫଳରେ ଚଳିତ…
ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଅନୁଗୁଳ – ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି…
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…