ମୁଖ୍ୟ ଖବର ଗୋଟିଏ ପରେ ଗୋଟିଏ ଛେଳି ଖାଉଛି ବାଘ – ଅଞ୍ଚଳରେ ଭୟ Angul OnlineMarch 11, 2024March 11, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର କଣଲୋଇ ସଂରକ୍ଷିତ ଜଙ୍ଗଲରେ ଗତ କିଛି ଦିନ ହେବ ଏକ ବାଘ ଶିକାର କରି ୬ଟି ଉର୍ଦ୍ଧ ଛେଳି ଖାଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଭୟରେ ସ୍ଥାନୀୟ ଲୋକ ଘରୁ ବାହାରୁ ନାହାନ୍ତି । ତିନି ଚାରିଦିନ ତଳେ ବାଘଟି ୨ଟି ଛେଳି ଶିକାର କରିଥିବା ଅଭିଯୋଗ ପରେ ସ୍ଥାନୀୟ ବାସିନ୍ଦା ଏବେ ଭୟଭିତ ଅଛନ୍ତି । ଖବର ପାଇ ବନାଞ୍ଚଳ ଅଧିକାରୀ ଓ ବନ କର୍ମଚାରୀ ମନେ ଘଟଣାସ୍ଥଳରେ ପହଁଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ତେବେ ମିଳିଥିବା ପାଦଚିହ୍ନରୁ ତାହା କଲରାପତରିଆ ବାଘ ବୋଲି ବନ ବିଭାଗ ଅନୁମାନ କରୁଛି । ବାଘ ଭୟରେ ଲୋକେ ଭୟରେ ଗ୍ରାମ ନିକଟରେ ବହି ଯାଉଥିବା ଆଉଁଳି ନଦୀକୁ ଗାଧୋଇଯିବା ବନ୍ଦ କରିଦେଇଛନ୍ତି l ଏପରିକି ସନ୍ଧ୍ୟା ନହେଉଣୁ ଲୋକେ ଗ୍ରାମରୁ ବାହାରକୁ ମଧ୍ୟ ଯିବା ପାଇଁ ଭୟ କରୁଛନ୍ତି । ଘଟଣାରୁ ପ୍ରକାଶ କର୍ଣ୍ଣପାଳ ଗ୍ରାମର ହୃଷିକେଶ ନାୟକ ଗ୍ରାମ ନିକଟରେ ଥିବା କଣଲୋଇ ସଂରକ୍ଷିତ ଜଙ୍ଗଳର ରଙ୍ଗମାଟିଆ ଜଙ୍ଗଲ ପାଦଦେଶରେ ଛେଳି ଚରାଉଥିଲେ l ଛେଳି ଚରାଉଥିବା ବେଳେ ହଠାତ ଛେଳି ମାନଙ୍କର ଚିତ୍କାର ଶୁଣି ସେଠାକୁ ଦଉଡି ଥିଲେ l ସେତେବେଳକୁ ଗୋଟିଏ ଛେଳି ବାଘ କବଳରୁ କ୍ଷତାକ୍ତ ହୋଇ ପଳାଇ ଆସିଥିବା ବେଳେ ଆଉ ଗୋଟିଏ ଛେଲିର ସନ୍ଧାନ ପାଇ ନଥିଲେ l ତେବେ କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳବାସୀ ନଦୀ ବାଲିରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖି ବାଘ ଆକ୍ରମଣ କରିଥିବା ସନ୍ଦେହ କରିଥିଲେ l ବାଘ ଆକ୍ରମଣରେ ପୂର୍ବରୁ କର୍ଣ୍ଣପାଳ ଗ୍ରାମର ନବଘନ ନାଏକ ବିଦ୍ୟାଧର ପ୍ରଧାନ, ବରୁଣ କଂସାରିଆଙ୍କର ଗୋଟିଏ ଲେଖାଏଁ ଛେଳି ଖାଇଥିବା ଅଭିଯୋଗ କରିଛନ୍ତି l ଘଟଣାସମ୍ପର୍କରେ ବନବିଭାଗ ପାଇ ଘଟଣା ସ୍ଥଳକୁ ଯାଇ ବାଘ ଆକ୍ରମଣରେ ଆହତ ହୋଇଥିବା ପରିବାରଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରାଉଚରା କରିଥିଲେ l ବନବିଭାଗ ପକ୍ଷରୁ ଜଙ୍ଗଲକୁ ଯାଇ ବାଘର ପାଦ ଚିହ୍ନ ଦେଖିବା ସହିତ ଜଙ୍ଗଲ ଭିତରେ ୨ଟି ସ୍ଥାନରେ ଗଛରେ କ୍ଯାମେରା ଲଗାଇ ତଦନ୍ତ ଚଲାଇଛି l ତେବେ ବନ ବିଭାଗ ଏହି ଘଟଣା ପ୍ରତି ଅବଗତ ଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ କୁହନ୍ତି ତାର ପାଦ ଚିହ୍ନରୁ କଲରାପତରିଆ ବାଘ ବୋଲି ଅନୁମାନ କଜା ଯାଉଛି l ଗୋଟିଏ ମାସ ପର୍ଯ୍ୟନ୍ତ କ୍ଯାମେରା ଲାଗିବ l କ୍ଯାମେରାରେ କଏଦ ହେଲା ପରେ ଏ ସମ୍ପର୍କରେ ସବିଶେଷ ଜଣା ପଡିବ ବୋଲି କହିଥିଲେ l Advertisement
ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି…
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…
ସରକାରୀ ଡାକବଙ୍ଗଳାରୁ ଗଛ କଟା ଘଟଣା – ପୌରପାଳିକା କର୍ମଚାରୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ୧୪ ତାରିଖ ବିଳମ୍ବିତ ରାତିରେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବା ଘଟଣାରେ…