ରାଜନୀତି ଛେଣ୍ଡିପଦାରୁ ସୁଶାନ୍ତ , ପାଲଲହଡାରୁ ମୁକେଶ , ସମ୍ବଲପୁର ସାସଂଦ ଭାବେ ଲଢିବେ ବବି Angul OnlineMarch 27, 2024March 27, 2024 ଅନୁଗୁଳ – ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି କ୍ରମରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳି ପାଇଁ ସୁଶାନ୍ତ ବେହେରାଙ୍କ ନାମ ଘୋଷଣା କରା ଯାଇଛି । ସେହିଭଳି ପାଲଲହଡା ନିର୍ବାଚନ ମଣ୍ଡଳି ପାଇଁ ମୁକେଶ ପାଳଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଛି । ତେବେ ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ପ୍ରଣବ ପ୍ରକାଶ ଦାସ (ବବି ଦାସ୍) ଙ୍କ ନାମ ଘୋଷଣା କରା ଯାଇଛି । ଯାହା ଫଳରେ ସମ୍ବଲପୁରରେ ଏକ ବିଗ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କାରଣ ପୁର୍ବରୁ ବିଜେପି ଘୋଷଣା କରିଥିବା ନାମ ତାଲିକା ଅନୁସାରେ ବବିଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । Advertisement
ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ…
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…
ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ – ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ଅନୁଗୁଳ – ସମଗ୍ର ରାଜ୍ୟରେ ୫୪ପ୍ରତିଶତରୁ ଉର୍ଦ୍ଧ ଓବିସି ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚ୍ଚ ନ୍ୟାୟାଳୟରେ ଠିକ୍ ଭାବେ ସରକାର ପକ୍ଷ ନ ରଖିପରିବାରୁ ଓବିସି…