ରାଜନୀତି ଅନୁଗୁଳରେ ବିଜେଡିର ମହିଳା ପ୍ରାର୍ଥୀ !! Angul OnlineMarch 27, 2024March 27, 2024 ଅନୁଗୁଳ – ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ସାଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକା ଅନୁସାରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ସମ୍ବଲପୁର ସାଂସଦୀୟ କ୍ଷେତ୍ରରେ ଯାଉଥିବା ବେକେ ଢେଙ୍କାନାଳ ସାଂସଦୀୟ କ୍ଷେତ୍ରରେ ଅନୁଗୁଳ , ତାଳଚେର ଓ ପାଲଲହଡ଼ା ଓ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଆଜି ନବୀନ ପଟ୍ଟନାୟକ ଘୋଷଣା କରିଥିବା ତାଲିକା ଅନୁଯାୟୀ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ସାଂସଦ ପ୍ରାର୍ଥୀ କରାଯାଇଛି ଓ ଅବିନାଶ ସାମଲଙ୍କୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସେହିଭଳି ଜିଲ୍ଲାର ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଛେଣ୍ଡିପଦାରେ ସୁଶାନ୍ତ ବେହେରା , ପାଲଲହଡାରେ ମୁକେଶଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଛି । ସେପଟେ ତାଳଚେର , ଆଠମଲ୍ଲିକ ଓ ଅନୁଗୁଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ଅନ୍ୟପଟେ ଗତଥର ଢେଙ୍କାନାଳରୁ ବିପୁଳ ଭୋଟରେ ରୁଦ୍ର ନାରାୟଣ ପାଣିଙ୍କୁ ହରାଇ ସାଂସଦ ହୋଇଥିବା ମହେଶ ସାହୁଙ୍କୁ ଦଳ ସାଂସଦ ପ୍ରାର୍ଥୀ ନ କରି ନୂଆଁ ମୁହଁ ଅବିନାଶ ସାମଳଙ୍କୁ ଦାୟିତ୍ୱ ଦେଇଛି । ଏଣୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଳଚେରରେ ବ୍ରଜ କିଶୋର ପ୍ରଧାନ ଓ ଆଠମଲ୍ଲିକରେ ନଳିନୀ ପ୍ରଧାନ ଟିକେଟ ପାଇବେ ବୋଲି ପ୍ରାୟତଃ ସ୍ଥିର ହୋଇ ସାରିଛି । ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଧାନସଭା କ୍ଷେତ୍ରରେ ସୀମାରାଣୀଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ଦଳ ତାଙ୍କ ଉପରେ କୁଆଡେ ଭରସା କରି ପାରୁନାହିଁ । ଏଣୁ ହିନ୍ଦୋଳରେ ଦଳ ମହେଶ ସାହୁଙ୍କୁ ପ୍ରାର୍ଥୀ କରିବ ବୋଲି ଆଭାସ ମିଳିଛି । ଆଉ ନିଜେ ମହେଶ ସାହୁ ମଧ୍ୟ ହିନ୍ଦୋଳ ପାଇଁ ଆଗ୍ରହୀ ଥିବା ତାଙ୍କ ସମର୍ଥକ ମହଲରୁ ଜଣା ପଡ଼ିଛି । ଏହି ଅଙ୍କ ଧରିଲେ ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଅନୁଗୁଳ ବିଧାନସଭାକୁ ଛାଡିଦେଲେ ବାକି ସମସ୍ତ ସ୍ଥାନରେ ପୁରୁଷ ମାନେ ହିଁ ଟିକେଟ ପାଇବେ । ଅନୁଗୁଳ ବିଧାନସଭାରେ ତେବେ ମହିଳା ଗୋଟି ଚାଳନା କରିବ କି ବିଜେଡି ବୋଲି ପ୍ରଶ୍ନ ଉଙ୍କି ମାରିଛି । ଅନ୍ୟ କୌଣସି ସ୍ଥାନରେ ମହିଳା ସଂରକ୍ଷଣ ନଥିବା ଏବଂ ପୁରୁଷ ମାନେ ଟିକେଟ ପାଇବା ଏକ ପ୍ରକାର ନିଶ୍ଚିତ ହୋଇ ଥିବାରୁ ଅନୁଗୁଳରେ ଜଣେ ମହିଳାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିବ ବୋଲି ଚର୍ଚ୍ଚା ହେଉଛି । Advertisement
ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି…
ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଓ ସାଇକେଲ…
ବିଜେପିରେ ଯୋଗ ଦେଲେ ଦୂର୍ଗା ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ…