ରାଜନୀତି ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ Angul OnlineMarch 31, 2024March 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ ହେଲା ପ୍ରତ୍ଯକ୍ଷ ରାଜନିତୀକୁ ଓଲ୍ହାଇଛନ୍ତି । ସେ କଂଗ୍ରେସ ଦଳରେ ସାମିଲ ହେବାପରେ ଦଳ ତାଙ୍କୁ ମୁଖପାତ୍ର ଦାୟୀତ୍ୱ ଦେଇଛି । ସେ ଦାୟୀତ୍ୱ ଗ୍ରହଣ କରିବା ପରେ ଆଜି ନାଲକୋନଗର ଠାରେ ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମର ଆୟୋଜନ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅବସରରେ ସେ କଂଗ୍ରେସର ବିଚାରଧାରା , ମୁଖ୍ଯତଃ ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ପ୍ରଭାବିତ ଥିଲେ , ଏବଂ ସୁଯୋଗ ମିଳିବାରୁ ଦଳରେ ସାମିଲ ହୋଇଥିଲେ ବୋଲି କହିଥିଲେ । ତେବେ ଗତ ୪୦ ବର୍ଷ ସାମ୍ବାଦିକତା ଜୀବନରେ ଅନୁଗୁଳ ଜିଲ୍ଲାର ସମସ୍ତ ସମ୍ବାଦିକ ମାନଙ୍କ ସହ ଉତ୍ତମ ସମ୍ପର୍କ ଥିବା କହିବା ସହ ତାଙ୍କ ଜୀବନର ଘାତ ପ୍ରତିଘାତ ସମୟରେ ସମସ୍ତ ସାମ୍ବାଦିକ ବନ୍ଧୁମାନେ ଅନେକ ସାହାଯ୍ଯ କରିଥିବା କହିଥିଲେ । ଯାହାକୁ ମନେ ପକାଇ କହିବା ସମୟରେ ଆଖିରି ତାଙ୍କର ଲୁହ ଆସି ଯାଇଥିଲା । ପୁର୍ବରୁ ପରୋକ୍ଷ ଭାବେ ସାଧାରଣ ଲୋକଙ୍କ ସେବା କରୁଥିଲେ ଆଉ ଏବେ ପ୍ରତ୍ୟକ୍ଷ ଭାବେ ସେବା କରିବାର ସୁଯୋଗ ମିଳିଛି । ତେବେ ଏହି କାର୍ଯ୍ଯକ୍ରମ ବେଳେ ସେ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ତାଙ୍କ କହିବା କଥା ବିଗତ ବର୍ଷରେ ବିଜେଡି ଓ ବିଜେପି ମେଣ୍ଟ ସମୟ ଠାରୁ ବର୍ତ୍ତମାନ ସୁଧା ୨୪ ବଋଶ ମଧ୍ଯରେ ଓଡିଶା ତଥା ଅନୁଗୁଳବାସୀ ନିଜର ମୌଳିକ ଅଧିକାର ପାଇ ପାରି ନାହାଁନ୍ତି । ଏବେ ବି ୧୦ ଟି ଜିଲ୍ଲାର ଲୋକେ ଦରିଦ୍ର ସିମାରେଖା ତଳେ ବସବାସ କରୁଛନ୍ତି । ରାଜ୍ୟରୁ ୩୦ ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଅନ୍ଯପଟେ ମହିଳା ମାନଙ୍କ ପ୍ରତି ହିଂସା ବଢି ବଢି ଚାଲିଛି । ରାଜ୍ଯରେ ଦୂର୍ନୀତି ଚରମସୀମାରେ ପହଞ୍ଚିଛି ବୋଲି ମଧ୍ଯ କହିଥିଲେ । ସେହିପରି କେନ୍ଦ୍ର ସରକାର ମଧ୍ଯ ଦୁର୍ନୀତିରେ ବେଶ ଆଗରେ ଥିବା ସେ କହିବା ସହ ୮୦୦୦ କୋଟିରୁ ଅଧିକ ଇଲେକ୍ଟ୍ରାଲ ବଣ୍ଡ ମାଧ୍ଯମରେ ଚାନ୍ଦା ନେଇଛନ୍ତି । ଯାହାକି ଅଧିକାଂଶ ମଦ ମାଫିଆ , ଔଷଧ କମ୍ପାନୀ ଓ ଦୁର୍ନୀତିଗ୍ରସ୍ତ କମ୍ପାନୀ ମାନଙ୍କ ଠାରୁ ନିଆ ଯାଇଛି । ଆଉ କିଛି କମ୍ପାନୀ ମାନଙ୍କୁ ଈ ଡି , ସି.ବି.ଆଇ. ର ଚଢାଉ ପରେ ସେମାନଙ୍କୁ ଧମକାଇ ଚାନ୍ଦା ନିଆ ଯାଇଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜଗଦାନନ୍ଦ କ୍ଷୋଭ ପ୍ରକାଶ କରିବା ସହ କହିଥିଲେ ଯେ , ଧର୍ମେନ୍ଦ୍ର ପ୍ରଧାନ ୧୦ ବର୍ଷ ହେଲା କେନ୍ଦ୍ରରେ ମନ୍ତ୍ରୀ ଥିଲେ । ହେଲେ ୯ ବର୍ଷ ହେଲା ତାଙ୍କର ନିଜ ଜିଲ୍ଲା ଅନୁଗୁଳରେ ଦେଖା ନଥିଲା । ଗତ ଏକ ବର୍ଷ ହେଲା ସେ ଜିଲ୍ଲାକୁ ଆସି ବିଭିନ୍ନ ପ୍ରକଳ୍ପରେ ଶିଳାନ୍ଯାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି । କିନ୍ତୁ ମନ୍ତ୍ରୀ ଚାହିଁଥିଲେ ଅନୁଗୁଳକୁ ସୁନାର ଅନୁଗୁଳ ଭାବେ ଗଢି ପାରିଥାନ୍ତେ ବୋଲି ସେ କହିଥିଲେ । Advertisement
ବିଜେଡି ର ମିଶ୍ରଣ ପର୍ବ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛେଣ୍ଡିପଦା -(AO)- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଡହିଁସର ପଞ୍ଚାୟତର ମା ଖୁମ୍ବେଶ୍ବରୀ ପିଠଠାରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ…
ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ – ମା’ଙ୍କ ନେଲେ ଆଶିଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ…
ଜାତୀୟ ରାଜପଥକୁ ଦୋଷ ଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି ରାଜ୍ଯ – ଅଭିଯୋଗ କଲା ବିଜେପି ଅନୁଗୁଳ – ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ଆଖି ବୁଜି ଦେଇଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ…