କଣ୍ଟ ପୁରିଲା , ରହିଲା ନାହିଁ ରାଜପଥ ନେଇ ପ୍ରଶାସନ ପ୍ରତିଶୃତି

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଅନୁଗୁଳ ସଚେତନ ନାଗରିକ ଧାରଣାରେ ବସିଥିଲେ । ଏହି ଜାତୀୟ ରାଜପଥର ଅବସ୍ଥା ଓ ବାଇପାସ କାର୍ଯ୍ଯ ତୁରନ୍ତ ଶେଷ କରିବା ଦାବି ନେଇ ଦିର୍ଘ ଦିନ ଧରି ଧାରଣାରେ ବସିବା ପରେ ପ୍ରଶାସନ ପ୍ରତିଶୃତି ଦେଇଥିଲା । ଧାରଣାସ୍ଥଳକୁ ଅନୁଗୁଳ ଉପ-ଜିଲ୍ଲାପାଳ ବରଣେନ୍ଦୁ ମହାନ୍ତି ଯାଇ ନୋ ଏଣ୍ଟ୍ରି ଲାଗୁ କରାଯିବା ସହ ପଞ୍ଚମହଲା ଠାରୁ ସହର ଭିତର ଦେଇ ବଅଁରପାଳ ପର୍ଯ୍ଯନ୍ତ ଯାଇଥିବା ରାସ୍ତାକୁ ମରାମତି କରାଯିବ ବୋଲି କହିଥିଲେ । ଯାହାକି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହେବ ବୋଲି କହିବା ସହ ଏହି ସମୟ ମଧ୍ଯରେ ବାଇପାସ ରାସ୍ତା ମଧ୍ଯ ସମ୍ପୁର୍ଣ୍ଣ କରାଯିବ ବୋଲି କହିଥିଲେ । ତେବେ ପ୍ରଶାସନ ପ୍ରତିଶୃତି ମୁତାବକ ଆଜି କଣ୍ଟ ପୁରିଥିବା ବେଳେ ନା ବାଇପାସ ନିର୍ମାଣ କାର୍ଯ୍ଯ ସମାପ୍ତ ହୋଇଛି ନା ସହର ଭିତର ଦେଇ ଯାଇଥିବା ଜାତିୟ ରାଜପଥର ମରାମତି କାମ ଶେଷ ହୋଇ ପାରିଛି । ଏହି ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଜାତୀୟ ରାଜପଥ ଉପରେ ନିର୍ଭର କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored