ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠରେ ଥିବା ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବା ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ସେହି ସିଦ୍ଧାନ୍ତକୁ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ଆଦର୍ଶ ଗୃପ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେ ଏହି ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ରାଜ୍ୟ ବସୁଧା ଯୋଜନା ଉପଦେଷ୍ଟା ତଥା ବିଜେଡି ଯୁବ ସଭାପତି ଦିନେଶ ପ୍ରଧାନ,ନଗର ପାଳ ଅକ୍ଷୟ କୁମାର ସାମନ୍ତ ,ପୂର୍ବତନ ନଗରପାଳ ସୁକାନ୍ତି ଦାସ , ଭକ୍ତି ପ୍ରସାଦ ଦାସ ଏବଂ ପୂର୍ବତନ ତାମଡ଼ା ଅଧ୍ଯକ୍ଷ ଏବଂ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଆଦି ଅତିଥି ଭାବେ ଶିବିରରେ ଯୋଗ ଦେଇଥିଲେ । ଅନୁଗୁଳ ରତ୍ନଭଣ୍ଡାର କର୍ମଚାରୀ ଓ ଭିମସର୍ ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଏହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ I ଶିବିରରୁ ମୋଟ ୧୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଆଦର୍ଶ ଗୃପ୍ ଅଫ ଇନଷ୍ଟିଚ୍ୟୁସନର ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ଥାନୀୟ ଅଧିବାସୀ ସ୍ବେଛାସେବୀ ଓ ବହୁ ଛାତ୍ର ଛାତ୍ରୀ ରକ୍ତଦାନ କରିଥିଲେ । ରକ୍ତଦାନ ମହତ ଦାନ । ଏଥିପାଇଁ ଆଦର୍ଶ ଗୃପ ଗତ ଦୁଇ ବର୍ଷ ହେଲା ଏଭଳି ରକ୍ତଦାନ ଶିବିରର ଅୟୋଜନ କରୁଛି । ଆଉ ଆଗକୁ ମଧ୍ଯ ଏଭଳି ରକ୍ତଦାନ ଶିବିରର ଆୟୋଜନ କରିବ ବୋଲି ଆଦର୍ଶ ଗୃପ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ଼ା ମହେଶ ଚନ୍ଦ୍ର ଧଳ କହିଛନ୍ତି ।
What’s your Reaction?
+1
+1
+1
+1
+1
1
+1
+1