ମୋଟରସାଇକେଲ ସହ କେନାଲରେ ପଡି ଜଣେ ମୃତ

ମୋଟରସାଇକେଲ ସହ କେନାଲରେ ପଡି ଜଣେ ମୃତ

ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସରେଇଲୋ ଠାରେ ସମଲ ଦକ୍ଷିଣପାର୍ଶ୍ଵ କେନାଲରେ ଭାରସ୍ୟାମ ହରାଇ ମୋଟରସାଇକେଲ ସହ ତଳକୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କେନାଲ ପାଣି ଭିତରେ ତାଙ୍କର ମୋଟରସାଇକେଲ ସହ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା । ଖବରପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୋଟରସାଇକେଲ ଓ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ତେବେ ବ୍ୟକ୍ତି ଜଣକ ଗୋଡିବନ୍ଧ ପଟରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲରେ ପଡି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
3

Leave a Reply