ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଶୁକ୍ରବାର ଅନଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସାଧୁ ଚାତମ୍ବା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭଗା ତାଙ୍କୁ ଧରିଥିଲା । ସୂଚନା ଅନୁଯାୟୀ ଛେଣ୍ଡିପଦା , ଥାନା ପାତରପଡା ଗାଁର ଜଣେ ଅନୁସୂଚିତ ଜନଜାତି ଯୁବକ ଘାସିରାମ ବେହେରା ଏକ ଜମି କିଣାବିକା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀ ଚାତମ୍ବା ଜମି କିଣାବିକା ପାଇଁ ପରମିଶନ କରାଇଦେବା ପାଇଁ ଉକ୍ତ ଯୁବକଙ୍କ ଠାରୁ ୨୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ । ବାରମ୍ବାର ଦୌଡିବା ପରେ ଏଥିରେ ଅତିଷ୍ଠ ହୋଇ ଯୁବକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଉକ୍ତ ଲାଞ୍ଚୁଆ କିରାଣୀଙ୍କୁ ଧରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସର ଏକ ଟିମ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଗି ରହିଥିବା ବେଳେ ଯୁବକ ଜଣକ ଉକ୍ତ କିରାଣୀଙ୍କୁ ଲାଞ୍ଚ ଟଙ୍କା ଦେବାପରେ ଭିଜିଲାନ୍ସ ଦଳ କିରାଣୀ ଶ୍ରୀ ଚାତମ୍ବାଙ୍କୁ ଧରିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1