ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ

ତାଳଚେର  – ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ତାଙ୍କ କଂସମୁଣ୍ଡାସ୍ଥିତ ବାସଭବନରେ ପରଲୋକ ଘଟିଥିଲା । ଶ୍ରୀଯୁକ୍ତ ପ୍ରଧାନ ୧୯୧୮ ମସିହା ଫେବୃଆରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ପ୍ରଧାନଙ୍କ ନିଧନରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି  । ସେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀଭାବେ ବେଶ ସୁପରିଚିତ ଥିଲେ । ସେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଶିଷ୍ୟ ଭାବେ ପବିତ୍ର ମୋହନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେତେବେଳେ ପୋଲିସ ଇନ୍ସପେକ୍ଟର ଚାକିରି ପ୍ରତ୍ୟାଖାନ କରି ସ୍ଵାଧୀନତା ସଂଗ୍ରାମ ତଥା ପ୍ରାଜା ମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ନିଧନ ଖବର ସାଧାରଣରେ ଜଣାପଡିବାପରେ ତାଙ୍କ କଂସମୁଣ୍ଡା ସ୍ଥିତ ବାସଭବନକୁ ଜନ ସାଧାରଣ ସ୍ୱର୍ଗତ ସଂଗ୍ରାମୀଙ୍କ ଶେଷ ଦର୍ଶନ କରିବା ନିମନ୍ତେ  ସୁଅ ଛୁଟିଛି । ଆସନ୍ତାକାଲି (ଶନିବାର) ତାଙ୍କ ଗାଁ କଂସମୁଣ୍ଡାରେ ତାଙ୍କ ଶେଷକୃତ୍ୟ କରାଯିବ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored