ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ନିଆରା ଢଙ୍ଗରେ ଅଲମ୍ପିକ୍ସ ଶୁଭେଚ୍ଛା Angul OnlineJuly 23, 2021July 23, 2021 ଅନୁଗୁଳ – ଜାପାନର ଟୋକିଓରେ ଆଜି(ଶୁକ୍ରବାର) ଠାରୁ ଅଲମ୍ପିକ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତରୁ ମଧ୍ୟ ବିଭିନ୍ନ ବିଭାଗରେ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଭାରତର ସମସ୍ତ ଖେଳାଳିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଅନୁଗୁଳ ଜଣେ ସମାଜସେବୀ ତଥା ଚିତ୍ରଶିଳ୍ପୀ ସୁଶାନ୍ତ କୁମାର ଦାସ । ସୁଶାନ୍ତ ପ୍ରାୟ ୩୪ ଘଣ୍ଟା ପରିଶ୍ରମ କରି ୨୫୪୩ ଦିଆସିଲି କାଠିର ସହାୟତାରେ ଅଲମ୍ପିକ୍ସ ରିଙ୍ଗ ପ୍ରସ୍ତୁତ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ଭାରତ ଦେଶ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ସହ ପଦକ ହାସଲ କରିବା ପାଇଁ ସେ ଶୁଭକାମନା ଜଣାଇଛନ୍ତି । ଯୁବ ଓ ସ୍ପୋର୍ଟସ ବିଭାଗ ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ପ୍ରଚେଷ୍ଟା ହୋଇଥିବା “ଚିୟର ଇଣ୍ଡିଆ ” ସ୍ଲୋଗାନ ଦେଇ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ଅନୁଗୁଳ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସମେତ ଜିଲ୍ଲାର ବହୁ ବ୍ୟକ୍ତି ପ୍ରଶଂସା କରିଥିବା ବେଳେ ଧନ୍ୟବାଦ ଦେଇଛନ୍ତି । Advertisement
ଛକ ଉପରେ ଦୁଇ ଯୁବତୀଙ୍କ ମାଡପିଟ – ୧୫ ମିନିଟ ରାସ୍ତା ଜାମ ଅନୁଗୁଳ -(AO)- ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଖଣ୍ଡଯୁଦ୍ଧ । ୧୫ ମିନିଟ ଧରି ରାସ୍ତା ଜାମ । ଏହି ଦୁଇ ଯୁବତୀଙ୍କ ମାଡପିଟ ଯୋଗୁଁ ଚାରି…
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…
ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ…