ନିଆରା ଢଙ୍ଗରେ ଅଲମ୍ପିକ୍ସ ଶୁଭେଚ୍ଛା

ଅନୁଗୁଳ – ଜାପାନର ଟୋକିଓରେ ଆଜି(ଶୁକ୍ରବାର) ଠାରୁ ଅଲମ୍ପିକ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତରୁ ମଧ୍ୟ ବିଭିନ୍ନ ବିଭାଗରେ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଭାରତର ସମସ୍ତ ଖେଳାଳିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଅନୁଗୁଳ ଜଣେ ସମାଜସେବୀ ତଥା ଚିତ୍ରଶିଳ୍ପୀ ସୁଶାନ୍ତ କୁମାର ଦାସ ସୁଶାନ୍ତ ପ୍ରାୟ ୩୪ ଘଣ୍ଟା ପରିଶ୍ରମ କରି ୨୫୪୩ ଦିଆସିଲି କାଠିର ସହାୟତାରେ ଅଲମ୍ପିକ୍ସ ରିଙ୍ଗ ପ୍ରସ୍ତୁତ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ଭାରତ ଦେଶ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ସହ ପଦକ ହାସଲ କରିବା ପାଇଁ ସେ ଶୁଭକାମନା ଜଣାଇଛନ୍ତି । ଯୁବ ଓ ସ୍ପୋର୍ଟସ ବିଭାଗ ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ପ୍ରଚେଷ୍ଟା ହୋଇଥିବା “ଚିୟର ଇଣ୍ଡିଆ ” ସ୍ଲୋଗାନ ଦେଇ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ଅନୁଗୁଳ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସମେତ ଜିଲ୍ଲାର ବହୁ ବ୍ୟକ୍ତି ପ୍ରଶଂସା କରିଥିବା ବେଳେ ଧନ୍ୟବାଦ ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored