Uncategorized ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର Angul OnlineApril 15, 2021April 15, 2021 ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର ରୁମ ରେ ରାତି ପ୍ରାୟ ୧୧ ଟା ସମୟରେ ଏକ ସାପ ପଶି ଯାଇଥିଲା । ସାପକୁ ବାହାର କରିବା ପାଇଁ ଚେଷ୍ଟା କରିବା ବେଳେ ସାପ ଟି ଫଣା ଟେକି ଠିଆ ହୋଇଗଲା । ସାପ ଟିକୁ ଅହିରାଜ ସାପ ବୋଲି ଜାଣିବା ପରେ ଭୟଭୀତ ହୋଇ ଆଉ କିଛି ନକରି ମୋହନ ସ୍ଥାନୀୟ ଫରେଷ୍ଟ ଗାର୍ଡ ସିଦ୍ଧେଶ୍ୱର ପ୍ରଧାନ ଖବର ଦେଲେ । ବନ କର୍ମଚାରୀ ପହଞ୍ଚି ଏତେ ବଡ଼ ଅହିରାଜ ସାପ ଦେଖି କିଂକର୍ତ୍ତବ୍ୟବିମୁଢ ହୋଇ ଠିଆ ହୋଇ ରହିଲେ । ଏହା ଭିତରେ ସ୍ଥାନୀୟ ସାପ ଉଦ୍ଧାରକାରୀ ସୁଶାନ୍ତ କୁମାର ସାହୁଙ୍କୁ ଖବର ଦିଆଯାଇଥିଲା । ସେ ଆସି ଘଟଣା ସ୍ଥଳରେ ପହଞ୍ଚି ଘର ଭିତରେ ପଶି ଏକ ବାକ୍ସ ତଳେ ଲୁଚି ରହିଥିବା ଅହିରାଜ ସାପଟିକୁ ଧରି ବାହାରକୁ ଆଣିଥିଲେ । ବନ କର୍ମଚାରୀଙ୍କ ସହାୟତାରେ ସାପଟିକୁ ଯତ୍ନର ସହିତ ବ୍ୟାଗ ଭିତରେ ପୁରେଇ ବନ୍ତଳା ରେଞ୍ଜ ଅଫିସ କୁ ନିଆ ଯାଇଥିଲା । ପରେ ବନ୍ତଳା ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ନିଜ ସରକାରୀ ଗାଡ଼ିରେ ନେଇ ରାତି ସାଢ଼େ ଗୋଟାଏ ସମୟରେ ସାପକୁ ସାତକୋଶିଆ ଜଙ୍ଗଲ ଭିତରେ ଛାଡି ଦେଇଥିଲେ । ସାପଟି ପ୍ରାୟ ୧୩ ଫୁଟ ହେବ ବୋଲି ଜଣା ପଡିଛି । https://angulonline.com/wp-content/uploads/2021/04/WhatsApp-Video-2021-04-15-at-10.36.52.mp4 Advertisement
ବାପାଙ୍କ ସମୟରେ ଏଫସିଆଇ , ପୁଅ ସମୟରେ ଟିଟିପିଏସ ବନ୍ଦ – ଉଚିତ ଜବାବ ଦେବ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ କଂଗ୍ରେସ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଯେଉଁଭଳି ରାଜନୈତିକ ଚକ୍ରାନ୍ତ…
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…
ନବୀନ ଜିନ୍ଦଲଙ୍କ ଜନ୍ମଦିନ, ଫିଟନିସ୍ ଦିବସ ଭାବେ ପାଳିତ ଅନୁଗୁଳ-ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି)ର କର୍ମଚାରୀମାନେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଏକତ୍ରିତ ହୋଇ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନ ବେଶ ଧୂମଧାମରେ…