ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ

ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ

ପାଲଲହଡା – ଅନୁଗୋଳ ଜିଲ୍ଲା ଖାମାର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଆଦିତ୍ୟ ବେହେରା ପୁଲିସର ମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ଆଦିତ୍ୟ ବେହେରାଙ୍କ ଅଭିଯୋଗ ଯେ, ଗତ ବୁଧବାର ଦିନ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ଟଙ୍କା ଡିପୋଜିଟ୍ କରି ଘରକୁ ଆସିଥିଲେ । ସେହି ବୁଧବାର ଦିନ ପାଲଲହଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏହି ଚୋରି ସମ୍ପର୍କରେ ଅନୁସନ୍ଧାନ ବେଳେ ଆଦିତ୍ୟ ବେହେରାଙ୍କୁ ସନ୍ଦେହ କରି ପାଲଲହଡ଼ା ପୁଲିସ ଉଠାଇ ନେଇଥିଲା । ଆଦିତ୍ୟଙ୍କୁ ଦୁଇ ଦିନ ଧରି ପାଲଲହଡ଼ା ପୁଲିସ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଆଦିତ୍ୟଙ୍କ ଗୋଡ, ହାତ, ଛାତି, ମୁହଁରେ ଗଭୀର ଆଘାତ ଲାଗିଛି । ତେବେ ଆଦିତ୍ୟଙ୍କ ଅଭିଯୋଗ ନେଇ ପାଲଲହଡା ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ପୁଲିସର ଏଭଳି ଥାର୍ଡ ଡିଗ୍ରୀକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
1

Leave a Reply