ମା ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ୧୦ ଲକ୍ଷ ଟଙ୍କା ସଂଗ୍ରହ

ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଛି । ମା ‘ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ , ଅରୁଣ କୁମାର ପ୍ରଧାନଙ୍କ ସହ ଗୋପାଳପ୍ରସାଦ ଥାନା ପୋଲିସ ଓ କନିଷ୍ଠ ରାଜସ୍ବ ସହାୟକ ଧୂଳେଶ୍ବର ବେହେରାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଥିଲା । ଏଥିରୁ ମୋଟ୍ ଦଶ ଲକ୍ଷ ଚାରି ହଜାର ସାତ ଶହ ଦଶ ଟଙ୍କା ( ୧୦ , ୦୪ , ୭୧୦ଟଙ୍କା ମାତ୍ର ) ସଂଗୃହୀତ ହୋଇଛି ।

What’s your Reaction?
+1
3
+1
0
+1
0
+1
0
+1
3
+1
2
+1
2

Share:

Share on facebook
Share on twitter
Share on whatsapp
Share on telegram

Sponsored