ଆଞ୍ଚଳିକ ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟିଦେବା ଅଭିଯୋଗ Angul OnlineNovember 4, 2023November 4, 2023 ଅନୁଗୁଳ – ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଅନୁଗୁଳ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ସହପାଠୀ ତଣ୍ଟି କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳର ଜଣେ +2 ପ୍ରଥମ ବର୍ଷର ଛାତ୍ରୀ ହଷ୍ଟେଲରେ ଶୋଇଥିବା ବେଳେ ତାଙ୍କ ତଣ୍ଟିକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖବର ପାଇ ତୁରନ୍ତ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ଛାତ୍ରୀ ଓ ତାଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଲେଡି ହଷ୍ଟେଲରେ ପହଞ୍ଚି ତଦନ୍ତ ମଧ୍ଯ କରିଥିଲା । ତେବେ ପରେ ଛାତ୍ରୀଙ୍କ ବାପା ପୁଲିସ ପାଖରେ ଅଭିଯୋଗ କରିବେ ନାହିଁ ବୋଲି କହିଥିଲେ । Advertisement
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ସୁସ୍ମିତା ସାହୁ ଯୋଗ ଦେଇଛନ୍ତି । ଆଜି ସକାଳ ୧୦.୩୦ ବେଳେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ…
ଗାନ୍ଧୀଜୀଙ୍କ ଅନୁଗୁଳ ଆଗମନର ପୂର୍ତ୍ତି ପାଳିତ ଅନୁଗୁଳ – ୧୯୩୪ ମସିହା ମଇ ୬ ତାରିଖରେ ମହାତ୍ମା ଗାନ୍ଧୀ ବିହାରର ରାଜଧାନୀ ପାଟଣା ଠାରୁ ବାହାରି ଝାରସୁଗୁଡା, ସମ୍ବଲପୁର, ବାମୁର ହୋଇ ଅନୁଗୁଳ ଠାରେ…