ମନୋରଞ୍ଜନ ଅନୁଗୁଳ ମହୋତ୍ସବ – ତିନି ଦିନ ଧରି ଝୁମିବେ ଅନୁଗୁଳବାସୀ Angul OnlineApril 6, 2022April 6, 2022 ଅନୁଗୁଳ – ତିନି ଦିନର ମହୋତ୍ସବରେ ଚଳଚଞ୍ଚଳ ହୋଇ ଉଠିବ ଅନୁଗୁଳ ସହର । ୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟେବିନ ବେନ ମୁଖ୍ୟ ଆକର୍ଷଣ ପାଲଟିବେ । ଓଲିଉଡ୍ କଣ୍ଠଶିଳ୍ପୀ ନାଭ୍ୟାଜ୍ୟୋତି , କମେଡିଆନ୍ ନନସେନ୍ସ ମଣି ସେହି ସନ୍ଧ୍ୟାରେ ଆସୁଥିବା ବେଳେ ଅମ୍ରିତା ମଞ୍ଚ ପରିଚାଳନା କରିବେ । ଦ୍ଵିତୀୟ ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଯୋଡ଼ି , ଓଲିଉଡ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି , କମେଡିଆନ୍ ରୋହିତ ଆସୁଥିବା ବେଳେ ମଞ୍ଚ ପରିଚାଳନା କରିବେ ମୁନ୍ମୁନ୍ ସିଂ । ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ଇଣ୍ଡିଆନ ଆଇଡଲ ଫେମ ସନମୁଖ ପ୍ରିୟା , ଓଲିଉଡ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଳିତ ମଜୁମଦାର ଆକର୍ଷଣ ସାଯିବେ । ଅନ୍ତିମ ସନ୍ଧ୍ୟାରେ ଓଡ଼ିଆ ରାପର ବିଗ୍ ଡିଲ୍ଙ୍କ ଜଲୱା ମଧ୍ୟ ଦେଖିବାକୁ ମିଳିବ । ମାନସୀ ଇଦ୍ଯାପନା ସନ୍ଧ୍ୟାରେ ମଞ୍ଚ ପର୍ବାଚାଳନା କରିବେ । ଏହି ସିନେ ତାରକାଙ୍କ ସହିତ ଅନୁଗୁଳର ଲୋକକଳା , ରାଜ୍ୟ ଓ ରାଜ୍ୟ ବାହାରର ନୃତ୍ୟଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଅନୁଗୁଳ ହାଇସ୍କୁଲ ପଡ଼ିଆରେ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । Advertisement
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ଓଡିଶା ସାଇନିଂ ଆଇକନ ସିଜିନ-୩ରେ ଚମକିଲେ ଜିଲ୍ଲାର ୫ ପ୍ରତିଯୋଗୀ ଅନୁଗୁଳ – ଓଡିଶା ସାଇନିଂ ଆଇକନ ସିଜିନ-୩, ୨୦୨୧ ରେ ନିଜର ଫ୍ୟାସନର ଯାଦୁ ଦେଖାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଯୋଗି । ରାଉରକେଲା ଠାରେ ଆୟୋଜିତ ପ୍ରତିଯୋଗିତାରେ…
ଅନୁଗୁଳ ସଭାଘର ଠାରେ ହେବ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ ଅନୁଗୁଳ – ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ, ଅନୁଗୁଳର…