ରାଜନୀତି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ Angul OnlineJanuary 22, 2022January 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ୭ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀନୀ ବବିତା କର୍ଣଙ୍କର ତିନୋଟି ସନ୍ତାନ ଥିବାରୁ ସେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୨୫ ଭି ଅନୁସାରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅଯୋଗ୍ୟ ଦର୍ଶାଇ ତାଙ୍କର ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନୀ ଦୀପିକା ଦେହୁରୀ ଆଜି ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ ବବିତା କର୍ଣ ଙ୍କର ପ୍ରଥମ ସନ୍ତାନ ଝିଅ ୨୧/୪/୧୯୯୮, ଦ୍ୱିତୀୟ ସନ୍ତାନ ଝିଅ ୨୫/୦୨/୨୦୦୦ ଏବଂ ତୃତୀୟ ସନ୍ତାନ ପୁଅ ୧୬/୦୬/୨୦୦୨ ରେ ଜନ୍ମ ଗ୍ରହଣ କରିଛନ୍ତି । ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଧାରା ୨୫ ଭି ଅନୁସାରେ ସେ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅଯୋଗ୍ୟ ଅଟନ୍ତି । ତାଙ୍କର ନାମାଙ୍କନ ପତ୍ରକୁ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିବା ପାଇଁ ତାଙ୍କର ପ୍ରତିଦ୍ବନ୍ଦୀ ଦୀପିକା ଦେହୁରୀ ଦାବୀ କରିଛନ୍ତି । ତେବେ ଏହି ଅଭିଯୋଗକୁ ନେଇ ବର୍ତ୍ତମାନ ସୁଦ୍ଧା ଆଠମଲ୍ଲିକ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି କି ପ୍ରାର୍ଥୀପତ୍ର କାଏମ ରହିବ ନା ନାହିଁ ସେ ନେଇ ମଧ୍ୟ କୌଣସି ସୂଚନା ଦେଇ ନାହାଁନ୍ତି । Advertisement
ବିପ୍ଳବ ଓ ଦିନେଶଙ୍କୁ ନୁଆଁ ଦାୟୀତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିର ଯୁବ ସଭାପତି ତଥା ବସୁଧା ଜଳ ଯୋଗାଣ(ଗ୍ରାମ୍ଯ) ଉପଦେଷ୍ଟା ଦିନେଶ ପ୍ରଧାନ ଓ କଂଗ୍ରେସ ଛାଡି ନୁଆଁ କରି ବିଜୁ…
ବିଜେପିରେ ଯୋଗଦେଲେ ଦିଲ୍ଲୀପ ଏବଂ ସୁନୀଲ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ନିଜ ନିଜ ଦଳର ପତିଆରା କେମିତି ଜାହିର ହେବ ସେଥିପାଇଁ ସମସ୍ତ ଚେଷ୍ଟା…
ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମହେଶ ସାହୁ ଅନୁଗୁଳ – ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଜୟରାମ ଗଡ଼କରୀଙ୍କୁ ପାର୍ଲ୍ୟାମେଣ୍ଟ କାର୍ଯ୍ୟାଳୟରେ ସ୍ୱଜନ୍ୟ…