ଲକ୍ଷ୍ମୀ ପୂଜାରେ ୧୮ ପ୍ଲାଟୁନ୍‌ ଫୋର୍ସ ସଜାଗ ରହିବେ


ଅନୁଗୁଳ – ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ସହର ସଜେଇ ହେଲାଣି । ଚଳିତ ବର୍ଷ ସହରର ୩୬ ଟି ମଣ୍ଡପରେ ପୁଜା ପାଇବେ ମା ଧନଦାତ୍ରୀ । ଏଥିପାଇଁ ସବୁ ପୁଜା ମଣ୍ଡପର କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି । ସେପଟେ ପୁଲିସ ପ୍ରଶାସନ ମଧ୍ଯ ଅନୁଗୁଳର ଏହି ଗଣପର୍ବ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁଲିସ ବନ୍ଦୋବସ୍ତ କରିଛି। ଚଳିତ ବର୍ଷ ପୂଜାକୁ ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼ ପରିଚାଳନା ପାଇଁ ସମୁଦାୟ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ବୋଲି ଜଣା ପଡିଛି । ଏଥିରେ ୩ ଜଣ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ ନେଉଥିବା ବେଳେ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର, ୨୯ ଜଣ ସବ୍‌ ଇନ୍ସପେକ୍ଟର, ୬୦ ଜଣ ଏଏସ୍‌ଆଇ ପୂଜା ପାଇଁ କାମ କରିବେ । ସେହିପରି ୧୫ ଜଣ ଟ୍ରାଫିକ କନେଷ୍ଟବଳ ଓ ୧୭୨ ଜଣ ହୋମ୍‌ଗାର୍ଡଙ୍କୁ ମୁତୟନ କରାଯିବ । ଏମାନେ ବିଭିନ୍ନ ପୂଜା ମଣ୍ଡପ ସହ ଛକ ଗୁଡ଼ିକରେ ରହିବେ । ପାଟ୍ରୋଲିଂ ପାଇଁ ସ୍ବତନ୍ତ୍ର ଭ୍ୟାନ ରହିବ । ସେହିପରି ଅସାଧୁ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored