ସମସ୍ୟା ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ Angul OnlineJuly 24, 2023July 24, 2023 ଅନୁଗୋଳ – ସରକାର ବିକାଶର ଡିଡିମ୍ବ ପିଟୁଥିବା ବେଳେ ଆଜି ବି ଶିଳ୍ପ ଶମୃଦ୍ଧ ଅନୁଗୋଳ ଜିଲ୍ଲାର ଅନେକ ଜାଗା ଅଛି ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ । ଯାହା ଫଳରେ ଯିବା ଆସିବା କରିବାକୁ ଲୋକ ହଇରାଣ ହେବାକୁ ପଡୁଛି । ଏହିଭଳି ଏକ ସ୍ଥାନ ହେଲା ଅନୁଗୋଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହି । ବର୍ଷା ଫଳରେ ଗାଁକୁ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ମୁଖ୍ଯ ରାସ୍ତା ଠାରୁ ସାହି ପର୍ଯ୍ଯନ୍ତ ଦୁଇ କିମି ରାସ୍ତା କାଦୁଅ ପଚପଚ ହୋଇ ରହିଛି । ଫଳରେ ଗାଡି ମୋଟର ଯାଇ ଆସିପାରୁ ନାହିଁ । ଏହି ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡିଛି । ସୁଚନା ଅନୁସାରେ ଗାଁର ଶ୍ରୀବଛ ସାହୁ ନାମକ ଜଣେ ୮୦ ବର୍ଷିୟ ବୃଦ୍ଧ ମଧୁମେହ ରୋଗରେ ପିଡିତ ଥିଲେ । ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ 108 ଅମ୍ବୁଲାନ୍ସ ଡକା ଯାଇଥିଲା । ତେବେ ଦୁଇ କିମି ଦୁରରୁ ଆଉ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଫଳରେ ଏକ ଶଗଡ ଗାଡିରେ ତାଙ୍କୁ ଅଣାଯାଇ ଆମ୍ବୁଲାନ୍ସ ସହୟତାରେ ଡାକ୍ତରଖାନା ଅଣା ଯାଇଥିଲା । ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଗୋଳ ଭଳି ଶିଳ୍ପ ଶମୃଦ୍ଧ ଜିଲ୍ଲାରେ ରାସ୍ତା ନଥିବା କଥାକୁ ନିନ୍ଦା କରା ଯାଇଛି । Advertisement
ଚାକିରି ଦେବାକୁ ନାଲକୋ ଅମଙ୍ଗ – ଆରପିଡ଼ିଏସି ସ୍ଥଗିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦାରେ ହେବାକୁ ଥିବା ଉତ୍କଳ ଡି ଓ…
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ – ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଅନୁଗୋଳ – ଅନୁଗୋଳ ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ଅଂଚଳ 45ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ଯୋଗୁଁ…