ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ । ଓଡିଶା ଅରବାନ ହାଉସିଂ ମିଶନ ଦ୍ଵାର ଆୟୋଜିତ ଭାରତ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉତ୍କୃଷ୍ଟ କାର୍ଯ୍ୟ ଭାରତ ବର୍ଷରେ କରିଥିବାରୁ ପ୍ରଧାନମନ୍ତ୍ରୀ ସହରୀ ଯୋଜନାରେ ଭାରତର ଶ୍ରେଷ୍ଠ ନଗର ପଞ୍ଚାୟତ ହିସାବରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ ଭାବେ ଭୁବନେଶ୍ୱର ଉନ୍ନତି ଭବନର ଠାରେ ଆୟୋଜିତ ସଭାରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ , ପରିଷଦ ଅଧ୍ୟକ୍ଷା , ମିଶନ୍ ନିର୍ଦ୍ଦେଶକ ଦେବାଶିଷ ସିଂହ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରେଷ୍ଠ ପ୍ରଦର୍ଶନକାରୀ ମ୍ୟୁନିସିପାଲିଟି / ଏନଏସି ବର୍ଗ ଅଧୀନରେ ପୁରସ୍କାରର ମୂଲ୍ୟାଙ୍କନ ପାଇଁ ଚାରୋଟି ପାରାମିଟରର ଏକ ସେଟ୍ ସ୍ଥିର କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା, ଅନୁଷ୍ଠାନର ସ୍ଥାପତ୍ୟ ସ୍ଥାପତ୍ୟ, ବର୍ଦ୍ଧିତ ମାସିକ ପ୍ରଗତି, ପ୍ରସାରଣ ଏବଂ ସ୍ୱଚ୍ଛତା ଅନ୍ତର୍ଭୁକ୍ତରହିଥିଲା । ସମସ୍ତ ଚାରୋଟି ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଠମଲ୍ଲିକ ଏନଏସି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ସମୟ ଅନୁସାରେ ଆଠମଲ୍ଲିକ ଏନଏସି ୨୧୦୨ ମଧ୍ୟରୁ ୧୮୯୦ ଘର ସମାପ୍ତ କରିଛି । ଏହି ସମ୍ମାନ ପାଇବା ପରେ ସମସ୍ତେ ଆନନ୍ଦିତ ହେବା ବୋଲି ବିଧାୟକ ରମେଶ ସାଏ କହିଛନ୍ତି । ଏହା ଜିଲ୍ଲାର ଗର୍ବ ଓ ଗୌରବ । ଏହି ସମ୍ମାନ ପାଇବାରେ ଯେଉଁ ବିଭାଗର ଅଧିକାରୀ ମାନଙ୍କର ଅହରହ ଉଦ୍ୟମ ରହିଛି ସେହି ଅଧିକାରୀ ମାନଙ୍କୁ ସେ ଧନ୍ୟବାଦ ମଧ୍ୟ ଦେବା ସହ ଆଗାମୀ ଦିନ ଗୁଡିକରେ ଏହିଭଳି ଉତ୍କୃଷ୍ଟ କାର୍ଯ୍ୟ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
What’s your Reaction?
+1
+1
+1
+1
+1
3
+1
+1