ଅପରାଧମୁଖ୍ୟ ଖବର ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ Angul OnlineMarch 22, 2022March 22, 2022 adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି ଏକ କାରରେ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଶୋରନଗରସ୍ଥିତ ବଙ୍କାପଳସା ଗ୍ରାମର ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗ୍ରାମର ଯୁଗଳ ସାହୁଙ୍କୁ ଗିରଫ କରାଯାଇଛି । ଅନ୍ୟ ୨ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି । ସୁଶାନ୍ତ ଏଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କ୍ଳକ/କ୍ୟାସିୟର ଥିବା ଜଣା ପଡିଛି । ଗଞ୍ଜେଇ ଚାଲାଣ ହେଉଥିବା କାରରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ , ସୁଶାନ୍ତ କିଛିବର୍ଷ ହେବ ଗଞ୍ଜେଇ ବ୍ୟବସାୟ କରୁଥିବାବେଳେ ଏକ କାର ଯୋଗେ ସହଯୋଗୀଙ୍କ ସହ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରୁଥିଲେ । Advertisement
ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ ତାଳଚେର – ପୂର୍ବତନ ପ୍ରେମିକାର ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ଗିରଫ ଯୁବକ…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…
ନୋଟ ବଦଳରେ କାଗଜ ବିଡା ଦେଇ ଠକୁଥିଲେ – ୩ ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଆଜି ତିନି ଜଣ ଠକକୁ ଗିରଫ କରିଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ…