ମୁଖ୍ୟ ଖବର ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ Angul OnlineMarch 30, 2024March 30, 2024 ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ ସଂଘର ମଧ୍ଯ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନରେ ସଭାପତି ରୂପେ ପୁନି ଥରେ ଦିଲୀପ କୁମାର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଶିବାଶିଷ କର ,ସାଧାରଣ ସମ୍ପାଦକ ଭାବେ ଧ୍ରୁବ ଚରଣ ସାହୁ , ସହ ସମ୍ପାଦକ ଭାବେ ପ୍ରଦୀପ୍ତ କୁମାର ଭୂତିଆ , କୋଷାଧ୍ଯକ୍ଷ ଭାବେ ପ୍ରଦୀପ କୁମାର ପ୍ରଧାନ ଏବଂ ସାଂସ୍କୃତିକ ସମ୍ପାଦକ ଭାବେ ବିନୋଦ ବିହାରୀ ପ୍ରଧାନ ବିଜୟୀ ହୋଇଛନ୍ତି । ଅନୁଷ୍ଠିତ ନିର୍ବାଚନକୁ ବରିଷ୍ଠ ଆଇନଜୀବି ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ । ସେହିଭଳି ଆଠମଲ୍ଲିକ ଓକିଲ ସଂଘର ନିର୍ବାଚନରେ ସଭାପତି ଭାବେ ଲଗାତାର ଚତୁର୍ଥଥର ପାଇଁ ସୁଶାନ୍ତ କୁମାର ମହାପାତ୍ର ସଭାପତି ଭାବେ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଉଗ୍ରସେନ ସେଠି, ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମୁଖି, ସହ ସମ୍ପାଦକ ଭାବେ ଆର୍ଯ୍ୟଭଟ ମହାନନ୍ଦିଆ ଓ କୋଷାଧକ୍ଷ ତଥା ଲାଇବ୍ରେରୀଆନ ଭାବେ ବିଶ୍ୱସୁନ୍ଦର ଶତପଥି ମଧ୍ୟ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିବା ଜଣାଯାଇଛି l ତାଳଚେର ଓକିଲ ସଂଘର ଚିତ୍ତ ରଞ୍ଜନ ରାଉତ ସଭାପତି , ବିପୁଳ କୁମାର ବଳ ଉପସଭାପତି , ବିନୟ କୁମାର ନନ୍ଦ ସାଧାରଣ ସମ୍ପାଦକ , ଜଗଦିଶ୍ୱର ସାହୁ ଯୁଗ୍ମ ସମ୍ପାଦକ , ମାନସୀ ବାରିକ କୋଷଧକ୍ଷ , ରାଜେନ୍ଦ୍ର ସିଂ ସାଂସ୍କୃତିକ ସମ୍ପାଦକ , ସୌମେନ୍ଦ୍ର ପ୍ରଧାନ ସେମିନାର ସମ୍ପାଦକ ଓ ଜ୍ଞାନେଶ୍ୱର ସାହୁ ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି । ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନରେ ନଗେନ କୁମାର ନନ୍ଦ ସଭାପତି , ପ୍ରଶାନ୍ତ କୁମାର ସାହୁ ଉପ- ସଭାପତି , ସରତ ଚନ୍ଦ୍ର ପ୍ରଧାନ ସମ୍ପାଦକ , ସଞ୍ଜୟ କୁମାର ବେହେରା ସହ ସମ୍ପାଦକ , ନିକୁଞ୍ଜ କିଶୋଆର ପ୍ରଧାନ ସାଂସ୍କୃତିକ ସମ୍ପାଦକ ଓ ବିଦ୍ଯାଧର ବେହେରା କୋଷାଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । Advertisement
କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର ଅନୁଗୋଳ – ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ…
ସମାଜସେବୀ ଚିନ୍ମୟୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ସୁନାମଧାନ୍ୟ ସମାଜସେବୀ ତଥା ମାନବ ସେବାଶ୍ରମର ମୁଖ୍ୟ କିନ୍ନର ଚିନ୍ମୟୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର…
ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୁବନେଶ୍ଵର -(ANGULONLINE)- ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଅଭୟ କୁମାର ଦାସଙ୍କର ବଦଳି ହୋଇଛି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରା କରାଯାଇଥିବା…