ଖେଳ ଓ ଖେଳାଳି ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ Angul OnlineFebruary 13, 2023February 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି । ଗୋବରାର ଫ୍ରେଣ୍ଡସ ଭଲିବଲ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ କ୍ଲବ , ଗୋବରା , ପଥରମୁଣ୍ଡା , ଟାକୁଆର ଅଜିତ ଫାଇଟର୍ସ , ପୋଡାପଡା ନିଶି କ୍ଲବ , ଟାଟା ଷ୍ଟିଲ , କର୍ଣ୍ଣପୁର ଓ ବ୍ରାହ୍ମଣବିଲ ଦଳ ଭାଗ ନେଇଥିଲେ । ନକଆଉଟ ପର୍ଯ୍ୟାୟରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ କ୍ଲବ ଓ ଗୋବରା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାସନ୍ତୀ କ୍ଲବ ୨୫-୨୦ ଓ ୨୫-୧୮ ରେ ମ୍ୟାଚ ଜିତି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ସନ୍ଧ୍ୟାରେ ହିଙ୍ଗୁଳା ଖଣିର ଜେନେରାଲ ମ୍ୟାନେଜର ଏ.କେ.ସ୍ୱର୍ଣ୍ଣକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓସିଏ ଆମ୍ପାୟାର ତ୍ରିନାଥ ସାମନ୍ତ ଓ ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ବାସନ୍ତୀ ଟିମର ଆସିସଙ୍କୁ ବେଷ୍ଟ ପ୍ଲେୟର , ବିବେକଙ୍କୁ ବେଷ୍ଟ ଆଟାକର ଓ ଗୋବରାର ସମ୍ବିତଙ୍କୁ ବେଷ୍ଟ ସେଟର ଭାବେ ପୁରସ୍କୃତ କରା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଫ୍ରେଣ୍ଡସ ଭଲିବଲ କ୍ଲବର ସଭାପତି ଦୁଖବନ୍ଧୁ ସାହୁ , ଭକ୍ତ ଚରଣ ସାହୁ , ନିରଞ୍ଜନ ପ୍ରଧାନ ଆଦି ସୁଚାରୁ ରୁପେ ପରିଚାଳନା କରିଥିଲେ । Advertisement
ପାଲଲହଡ଼ା ଦଳ ଆନ୍ତଃବିଦ୍ୟାଳୟ ଫୁଟବଲ ବିଜେତା ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଛି ପାଳଲହଡ଼ା ଦଳ । ଗତକାଲି ବାଳିକା ବିଭାଗ…
ଓପି ଜିନ୍ଦଲ କପ – ଝାରସୁଗୁଡା ଚମ୍ପିୟାନ , ବାଗଡିଆ ରନର୍ସ ଅପ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଝାରସୁଗୁଡା ଦଳ ବାଗେଡ଼ିଆକୁ ୨ – ୧ ଗୋଲରେ ପରାସ୍ତ କରି…
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ବିଜୟୀ ଅନୁଗୁଳ – ଅନୁଗୁଳ ହେମସୁରପଡା ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ୍ ବି.ଏଫ୍.ସି. କୁଚିଣ୍ଡା ସହିତ ଝାଡେଶ୍ବର ଫୁଟବଲ୍ କ୍ଲବ ,…