ଅପରାଧ ପରକ୍ରିୟାପ୍ରୀତି ଆଳ କରି ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ – ଜଣେ ଗିରଫ Angul OnlineNovember 13, 2021November 13, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଗୁଳାଗାଡିଆ ଗ୍ରାମରେ ପରକ୍ରିୟାପ୍ରୀତି ସନ୍ଦେହ କରି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ବଦାଳୁ ଗ୍ରାମର ବଳରାମ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଆଜକୁ ପ୍ରାୟ ଦୁଇମାସ ହେବ ତାଙ୍କ ଶଶୁରଘର ଗୁଳାଗାଡିଆରେ ରହି ଆସୁଥିଲେ । ତେବେ ଗୁଳାଗାଡିଆ ଗ୍ରାମର ପ୍ରଫୁଲ ନାଏକ ତାଙ୍କୁ ବିଭିନ୍ନ କାମରେ ନିୟୋଜିତ କରିବା ସହ ଅନେକ ଅସମାଜିକ କାମରେ ଯୋଗ ଦେବା ପାଇଁ ଡାକି ନେଉଥିବାରୁ ବଳରାମ ଏହାକୁ ବିରୋଧ କରିବା ସହ ଅସହଯୋଗ କରିଥିଲା । ତେବେ ଏଥିରେ ପ୍ରଫୁଲ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସମୟରେ ବଳରାମକୁ ଘରକୁ ଡାକି ପ୍ରଫୁଲଙ୍କ ସ୍ତ୍ରୀ ସହିତ ଖରପ ସମ୍ପର୍କ ରଖିଥିବା କହି ବଳରାମଙ୍କୁ ବାନ୍ଧି ନିର୍ଧୁମ ମାଡ ମାରିବା ସହ ଟାଙ୍ଗିଆରେ ଫସା ମାରିଥିବା ଅଭିଯୋଗ ହୋଇଛି । ପ୍ରଫୁଲର ଆକ୍ରମଣରେ ଆହତ ଆହତ ହୋଇ ପଡିଥିବା ବେଳେ ବଳରାମକୁ ସ୍ଥାନୀୟ ଲୋକ ମଧ୍ୟ ଭୟରେ ଉଦ୍ଧାର କରି ପାରିନଥିଲେ । ଖବର ପାଇ ଛେଣ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବଳରାମକୁ ଉଦ୍ଧାର କରି ଚିକିତ୍ସା କରିଥିଲା । ପ୍ରଫୁଲଙ୍କ ମାଡରେ ବଳରାମଙ୍କ ଦେହର ଅନେକ ସ୍ଥାନରେ କ୍ଷତ ହୋଇ ଥିବା ବେଳେ ବାମ ହାତ ଭାଙ୍ଗି ଯାଇଛି । ବଳରାମ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରି ପ୍ରଫୁଲକୁ ଗିରଫ କରିଛି । Advertisement
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ ଅନୁଗୁଳ – ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ୍ ଚୋରି ଗ୍ଯାଙ୍ଗର ୪ ଜଣଙ୍କୁ ଓ କିଣିଥିବା ଜଣଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି…