ଚର୍ଚ୍ଚାରେ ପୂର୍ଣ୍ଣେଛେଦ ଟାଣିଲେ ସଞ୍ଜୀବ – ଖୁବ ଶୀଘ୍ର ବସିବେ ନୂଆଁ ନାଆରେ

‌ଅନୁଗୁଳ – ବିରମହାରାଜପୁର ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେଡିରୁ ଇସ୍ତଫା ଦେବା ପରେ ଜିଲ୍ଲା ରାଜନୀତି ରେ ଚର୍ଚ୍ଚା ଲାଗିରହିଛି। ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଥିବା ବେଳେ ଏ କଥାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଦୀର୍ଘଦିନ ଧରି କୋଣଠେସା ହୋଇ ରହିବାପରେ ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଥିବା ସ୍ପଷ୍ଟ ଜଣାପଡୁଛି। ଯାହାକୁ ସେ ପରୋକ୍ଷରେ ରେ ସ୍ୱୀକାର କରିଛନ୍ତି। ‘ଅନୁଗୁଳ ଅନଲାଇନ’ କୁ ଶ୍ରୀ ସାହୁ ଏକ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ତାଙ୍କ ରାଜନୈତିକ କ୍ୟାରିୟର ଏଇଠି ସରି ନାହିଁ। ଖୁବଶୀଘ୍ର ନୂତନ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି କହିଛନ୍ତି । ଆସନ୍ତା ୧୯ ତାରିଖରେ ଭୁବନେଶ୍ବରଠାରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସେ ବିଜେପିରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶହ ଶହ କର୍ମୀ ମାନଙ୍କ ସହ ବିଜେପିରେ ଯୋଗଦାନ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମାନଙ୍କର କିଭଳି ଜିତାପଟ ହେବ ସେ ନେଇ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ସେ କହିଛନ୍ତି। ଏହାକୁ ନେଇ ସଞ୍ଜୀବଙ୍କ ଶିବିର ଚଳଚଞ୍ଚଳ ହୋଇଉଠିଛି। କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ ହେଉଛି। ବିଜେଡି ରେ କୋଣଠେସା ହୋଇ ରହିଥିବା କିଛି ପୁରୁଖା କର୍ମୀ ସଞ୍ଜୀବଙ୍କ ପଛେ ପଛେ ବିଜେପିକୁ ଡେଇଁବାକୁ ପ୍ରସ୍ତୁତ ହେଲେଣି ବୋଲି ଜଣାଯାଇଛି। ଯାହାକୁ ନେଇ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ତଥା ଅନୁଗୁଳ ଜିଲ୍ଲା ରାଜନୀତି ସରଗରମ ହୋଇଉଠିଛି। ତେବେ ବାଜି କିଏ ମାରିବ ତାହାକୁ ସମସ୍ତଙ୍କ ଅପେକ୍ଷା।

What’s your Reaction?
+1
7
+1
1
+1
2
+1
4
+1
21
+1
3
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored