ଆଞ୍ଚଳିକ ମା’ଙ୍କୁ ମେଲାଣି – ଭକ୍ତିମୟ ପରିବେଶରେ ମା’ ଲକ୍ଷ୍ମୀଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ Angul OnlineNovember 8, 2023November 8, 2023 ଅନୁଗୁଳ – ଧରାପୃଷ୍ଠରୁ ବିଦାୟ ନେଲେ ମା ଧନଦାତ୍ରୀ ଲକ୍ଷ୍ମୀ । ଭକ୍ତଙ୍କ ଗହଣରେ ଲୀଳାଖେଳା ସାରି ମେଲାଣି ନେଲେ ମା । ଶିଳ୍ପସମୃଦ୍ଧ ଅନୁଗୁଳ ସହରରେ ଶାନ୍ତିଶୃଙ୍ଖଳା ସହକାରେ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ପାଳିତ ହୋଇ ଯାଇଛି । ପାଗ ଅନୁକୂଳ ଥିବାରୁ ଆଜିର ବିସର୍ଜନ ପର୍ବରେ ସାମିଲ ହୋଇଛନ୍ତି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ । ଘଣ୍ଟ ଘଣ୍ଟା ,ଢୋଲ , ଦୁଲଦୁଲିରେ ଏକ ଭକ୍ତିମୟ ପରିବେଶରେ ମାଙ୍କୁ ବିଦାୟ ଦେଇଛନ୍ତି ସହର ବାସିନ୍ଦା । ଶାନ୍ତିଶୃଙ୍ଖଳା ସହକାରେ ମାଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ସହ ,ସହରରେ ଟ୍ରାଫିକ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କାରାଯାଇଥିଲା । କୁମାରପୂର୍ଣମୀ ଠାରୁ ଆରମ୍ଭ ହୋଇଥିବା ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆଜି ବିସର୍ଜନ ପର୍ବରେ ହୋଇଛି ସମାପନ । ଧନଦାତ୍ରୀଙ୍କ ପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଅନୁଗୁଳରେ ଚଳିତ ବର୍ଷ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ହୋଇଥିଲା ମା ଅନ୍ନପୂର୍ଣାଙ୍କ ଆରାଧନା । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଭସାଣି ଉତ୍ସବରେ ମେଢ଼ ଗୁଡ଼ିକ ଥାନା ଛକରୁ ବାହାରି କାଞ୍ଚନବଜାର, ପୁରୁଣାବସଷ୍ଟାଣ୍ଡ, ରାଜାଛକ, ସେଣ୍ଟ୍ରାଲ ଲଜ୍ ଛକ, ବଜାର ଛକ ଦେଇ ପରିକ୍ରମା କରିଥିଲେ । ଏହି ମେଳଣରେ ଅମଲାପଡ଼ା , ହୁଲୁରିସିଂହା , ହନୁମାନବଜାର, ବଜାର ଛକ , ଲକ୍ଷ୍ମୀବଜାର, କାଞ୍ଚନବଜାର , ପୁରୁଣା ବସଷ୍ଟାଣ୍ଡ, କଲେଜ ଛକ , ଡିଆଇସି ଛକ ଓ ଡେଲି ମାର୍କେଟ ମେଢ଼ କ୍ରମାନ୍ଵୟରେ ଯାଇଥିଲେ । ଭସାଣିରେ ଡିଜେକୁ ବାରଣ କରାଯାଇଥିଲା ବେଳେ ବିଭିନ୍ନ କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟରେ ମାଙ୍କୁ ମେଲାଣି ଦିଆଯାଇଛି । Advertisement
ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…
ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ…