ଭଲ ଖବର ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ Angul OnlineJuly 19, 2023July 19, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୬୮ ଜିଲ୍ଲାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା ତ୍ବରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଜମିପଟ୍ଟାର କମ୍ପ୍ୟୁଟରୀକରଣ, ଜମି ରେଜିଷ୍ଟେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ବଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡରୁମ ପରିଚାଳନା ଓ ଜମିଜମା କାଗଜପତ୍ରର ସ୍କାନିଂ ଓ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟେସନ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଅନୁଗୋଳ ଜିଲ୍ଲାର ୮ ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। Advertisement
ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି…
ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ…
ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ରେଳ ଷ୍ଟେସନରେ ୱାଇ-ଫାଇ ସେବା ଆରମ୍ଭ ହୋଇଛି । ଗତକାଲିଠାରୁ ଏହି ସେବା ଆରମ୍ଭ ହୋଇଥିବା ଭାରତୀୟ ରେଳ ପକ୍ଷରୁ…